ଆଜି ବିଜେପିର କୋର କମିଟି ବୈଠକ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ବିଜେପି କାର୍ୟ୍ୟାଳୟରେ କୋର୍‌ କମିଟି ବୈଠକ ବସିବ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ୟ୍ୟାଳୟରେ ପୂର୍ବାହ୍ଣ ୧୧ଟାରୁ ବୈଠକ ଆରମ୍ଭ ହେବ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ରାଜ୍ୟର ସାଂଗଠନିକ ନିର୍ବାଚନ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ବୈଠକରେ ଗୁରୁତ୍ୱ ଦିଆଯିବ ।

ରାଜ୍ୟରେ ଦଳର ମୋଟ ୩୭ଟି ସାଂଗଠନିକ ଜିଲ୍ଲା ଅଛି । ଗତମାସ ୨୫ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୨୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତୃଣମୂଳସ୍ତରରେ ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରଣନୀତି ପ୍ରସ୍ତୁତ କରାଯିବ । ଶୁକ୍ରବାର ବୈଠକରେ ବଳକା ୧୪ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇପାରେ । ଏଥର ପୁରୁଖା ନେତାଙ୍କ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ