ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ,14।09:ଏସିଆ କପ୍‌ରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଆଜି ଖେଳାଯିବ। ତେବେ ଏହା ସତ ଯେ ଏହି ଗ୍ରୁପ୍‌ ‘ଏ’ ମୁକାବିଲା ପାଇଁ ଆଗ ଭଳି ଉତ୍ସାହ କି ଚମକ ନାହିଁ। ତଥାପି କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ବଡ଼ ଲଢ଼େଇ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ପହଲଗାଓଁରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟାକରିବା ଏବଂ ଏହାର ଜବାବରେ ଭାରତର ଅପରେସନ୍ ସିନ୍ଦୂର ଯୋଗୁଁ ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ନେଇ ମଧ୍ୟ ସନ୍ଦେହ ଉପୁଜିଥିଲା। ତେବେ ଭାରତ ସରକାରଙ୍କ ଅନୁମତି ପରେ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବାକୁ ଯାଉଛି। ତଥାପି ଏକାଧିକ କ୍ରିକେଟର ଓ ରାଜନେତା ଏହି ମ୍ୟାଚ୍‌କୁ ବାସନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ଉଭୟ ଦଳର ସାମର୍ଥ୍ୟକୁ ଦେଖିଲେ ଭାରତ ଏହି ମ୍ୟାଚ୍‌ ଜିତିବାକୁ ବଡ଼ ଫେଭରିଟ୍‌। ଜଣେ, ଦୁଇ ଜଣଙ୍କୁ ଛାଡ଼ି ପାକିସ୍ତାନ ଦଳରେ ସେପରି ତାରକା ଖେଳାଳି କି ମ୍ୟାଚ୍‌ ବିଜେତା ନାହାନ୍ତି। ଏହି ଯୁବ ପାକିସ୍ତାନୀ ଦଳ ଏସିଆ କପ୍‌ ଖେଳୁଛି। ଉଭୟ ସଲ୍‌ମାନ ଆଗା ଓ ସୂର୍ଯ୍ୟକୁମାର ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପ୍ରଥମଥର ନେତୃତ୍ବ ନେବାକୁ ଯାଉଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍‌ର କେଇ ହଜାର ଟିକଟ ବିକ୍ରି ହୋଇନାହିଁ। ୟୁଏଇ ବାସିନ୍ଦା ଭାରତୀୟ ଏବଂ ଭାରତୀୟ ବଂଶଜ ପୂର୍ବରୁ ଭାରତ-ପାକ୍‌ କ୍ରିକେଟ୍‌ ମ୍ୟାଚ୍‌ରେ ଭିଡ଼ ଜମାଉଥିଲେ। ହେଲେ ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ଜନତାଙ୍କ ଆକ୍ରୋଶ ପ୍ରତିଫଳିତ ହେଉଛି। ପୁଣି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସଲ୍‌ମାନ ଆଗା ଓ ସୂର୍ଯ୍ୟକୁମାର ହାତ ନ ମିଳାଇବା ପାକିସ୍ତାନ ପ୍ରତି ଭାରତୀୟଙ୍କ ମନୋଭାବକୁ ସ୍ପଷ୍ଟ କରିଛି। ପାକିସ୍ତାନ ଦଳରେ ବାବର ଆଜମ୍‌ ଓ ମହମ୍ମଦ ରିଜ୍‌ୱାନଙ୍କ ପରି ନାମୀ ଖେଳାଳି ନାହାନ୍ତି। ଫଖର ଜମାନ୍, ସୈମ୍ ଆୟୁବ, ସଲ୍‌ମାନ ଆଗା ଓ ହାସନ୍ ନୱାଜ୍‌ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ। ଓମାନ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ସହଜ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚ୍‌ରେ ଦଳର ବ୍ୟାଟ୍‌ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ପାକିସ୍ତାନର ସ୍ପିନର ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ। ସାହିନ୍ ଶାହା ଆଫ୍ରିଦି, ହାରିସ୍ ରୌଫ୍ ଓ ଫହିମ୍‌ ଅସ୍ରଫ୍‌ ପାକିସ୍ତାନର ପ୍ରମୁଖ ଫାଷ୍ଟ ବୋଲର। ଅବ୍ରାର ଅହମ୍ମଦ, ମହମ୍ମଦ ନୱାଜ୍‌ ଓ ସୁଫିୟାଁ ମୁକିମ୍‌ ଭଲ ସ୍ପିନର। ପାକିସ୍ତାନ ତା’ର ଶେଷ ୬ଟି ମ୍ୟାଚ୍‌ରୁ ୫ଟି ଜିତିଛି। ତେ​‌େ​‌ବ ଦୁବାଇରେ ଏହାର ରେକର୍ଡ ଭଲ ନାହିଁ। ୟୁଏଇ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ତା’ର ଶକ୍ତି ପ୍ରଦର୍ଶନ କରିଛି। କୁଲଦୀପ ଯାଦବ ମାତ୍ର ୭ ରନ୍‌ଦେଇ ୪ଟି ୱିକେଟ୍‌ ନେବାରୁ ୟୁଏଇ ୫୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ୪.୩ ଓଭରରେ ଜିତି ଭାରତ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଦ୍ରୁତତମ ବିଜୟ ହାସଲ କରିଥିଲା। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଏହି ମ୍ୟାଚ୍‌ ଖେଳିବ। ଯଶପ୍ରୀତ ବୁମ୍‌ରା ନୂଆ ବଲ୍‌ରେ ପାକିସ୍ତାନ ଉପରେ ଚାପ ପକାଇବେ। ୟୁଏଇ ବିପକ୍ଷ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ଭାରତ ୩ ଜଣ ବିଶେଷଜ୍ଞ ସ୍ପିନରଙ୍କୁ ଖେଳାଇବ। କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ପଢ଼ିବା ପାକିସ୍ତାନ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବଡ଼ ଆହ୍ବାନ ହୋଇପାରେ। ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ଦଳର ଦୁଇ ପ୍ରମୁଖ ଅଲ୍‌ରାଉଣ୍ଡର। ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ଅଭିଷେକ ଶର୍ମା ଓ ସାହିନ୍ ଶାହା ଆଫ୍ରିଦିଙ୍କ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ଶୁଭମନ ଗିଲ୍‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଭାରତୀୟ ବ୍ୟାଟିଂ ଲାଇନ୍ ବହୁତ ଶକ୍ତିଶାଳୀ ଓ ଲମ୍ବା ରହିଛି। ଏହି ମ୍ୟାଚର ବିଜେତା ସୁପର-୪ରେ ପ୍ରବେଶ କରିବ।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ