ଆଜି ମଧ୍ୟ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ଆଜି ବି ଭିଜାଇବ ପୁଣି ଉଡାଇବ। ରାଜ୍ୟରେ କିଛି ଦିନ ଧରି କାଳବୈଶାଖୀ ବର୍ଷା ପ୍ରଭାବ ରହିଛି। ବର୍ଷା ପବନ ଫଳରେ କେଉଁଠି ଗଛ ଉପୁଡୁଛି ତ କେଉଁଠି ନଷ୍ଟ ହେଉଛି ପରିବା।
ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଘୂର୍ଣ୍ଣିବଳୟ ଓ ଟ୍ରପ ଲାଇନ ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୬ ଜିଲାରେ ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଆଉ ୩ ଦିନ ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା, ପବନ, ଘଡଘଡି ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସମୟରେ ୫୦ ରୁ ୬୦ କିମି ବେଗରେ ପବନ ମଧ୍ୟ ବହିପାରେ।

  • Related Posts

    ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ୟ୍ୟ କରିବା ଉଚିତ୍‌ : ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

    ବାଲେଶ୍ୱର, ଏପ୍ରିଲ ୯ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଆଜି ବାଲେଶ୍ୱରସ୍ଥିତ…

    Continue reading
    ସୋଆ ଆଇଏଏସ୍‌ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

    ଭୁବନେଶ୍ୱର, ଏପ୍ରିଲ ୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ