
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଦାସଙ୍କ ପତ୍ନୀ ମିନତି । ଏଥିପାଇଁ ଗତ ୧୧ ତାରିଖରେ ଇ-ମେଲ କରିଥିଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ । ଏହାପରେ ମିନତିଙ୍କୁ ଭେଟିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ମିନତି କ’ଣ କହିବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିପାରନ୍ତି ।
ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଓ ମିନତି ଦାସଙ୍କ ମଧ୍ୟରେ ଆଲୋଚନା ହେବ । ଆଜି ନବ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ବୟାନ ରେକର୍ଡ କରିଥିଲା । ଏହାପରେ ନବଙ୍କ ପୁଅ ବିଶାଲ ଦାସ କହିଥିଲେ,ସିବିଆଇ ତଦନ୍ତ ପାଇଁ ଚିଠି ପ୍ରସ୍ତୁତ ହୋଇ ରହିଛି । ଦୀର୍ଘ ଦୁଇବର୍ଷ ପରେ ବି ନବଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ନବଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଥିଲେ ବି ଲିଖିତ ଆକାରରେ ଜଣାଇବାକୁ ସରକାର କହିଥିଲେ । ଏହା ପରେ ମିନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଥିବାରୁ ଉଭୟଙ୍କ ଆଲୋଚନା ଉପରେ ସମସ୍ତଙ୍କ ନଜର ।