ଆଜି ରୁକୁଣା ରଥ ବାହୁଡ଼ା ନୀତି, ସାଢେ ୨ଟାରେ ରଥଟଣା

ଭୁବନେଶ୍ୱର: ଆଜି ରୁକୁଣା ରଥଯାତ୍ରାର ବାହୁଡ଼ା ନୀତି । ବନ୍ଧୁ ଶ୍ରୀରାମେଶ୍ୱରଙ୍କଠାରୁ ମେଲାଣି ନେଇ ସ୍ୱମନ୍ଦିରକୁ ବାହୁଡ଼ିବେ ପ୍ରଭୁ ଶ୍ରୀଲିଙ୍ଗରାଜ । ବର୍ଷକରେ ଥରେ ସ୍ୱଳ୍ପଦିନ ପାଇଁ ତାଙ୍କୁ ବନ୍ଧୁଘରେ ରହିବାର ସୁଯୋଗ ମିଳିଥିଲା । ଏହି ସମୟ ମଧ୍ୟରେ ନାନା ବାର୍ତ୍ତାଳାପ ସାଙ୍ଗକୁ କେତେ ଯେ ସୁସ୍ୱାଦୁ ବ୍ୟଞ୍ଜନରେ ବନ୍ଧୁ ଆପ୍ୟାୟିତ କରିଛନ୍ତି, କହିଲେ ନ ସରେ । ହେଲେ କିନ୍ତୁ ନିୟତିର ନିୟମରେ ସମସ୍ତେ ବନ୍ଧା । ଦେବତା ହେଲେ ବି ବିଚ୍ଛେଦକୁ ସ୍ୱୀକାର କରିବାକୁ ହେବ । ତେଣୁ ଆରବର୍ଷକୁ ଆଉ ଥରେ ଆସିବାର ପ୍ରତିଶ୍ରୁତି ଦେଇ ସୋମବାର ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ଶ୍ରୀଚନ୍ଦ୍ରଶେଖର, ଦୋଳ ଗୋବିନ୍ଦ ଓ ଦେବୀ ଦୁର୍ଗା । ଏଣେ ଚାହାଣୀ ମଣ୍ଡପରେ ରାଗ ଜରଜର ହୋଇ ଚାହିଁ ରହିଛନ୍ତି ଦେବୀ ପାର୍ବତୀ । ସଅଳ ଫେରିଆସିବାକୁ ସେ ଚେତେଇ ଦେଇ ଆସିଛନ୍ତି ।

ସେପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ବଢ଼ିବ ମଙ୍ଗଳ ଆଳତି ଓ ଅବକାଶ ନୀତି । ରାମେଶ୍ୱରଙ୍କ ଠାରେ ୨ ଘଣ୍ଟାର ଅନ୍ତିମ ସାହାଣମେଲା ଦର୍ଶନ ସକାଳ ୬ଟାରୁ ୮ଟା ପର୍ୟ୍ୟନ୍ତ ଚାଲିବ । ଭୋଗ ମଣ୍ଡପ ନୀତି ଦିନ ସାଢେ ୧୧ଟାରେ ବଢି ଅଧର ପଣା ଦିନ ଗୋଟାଏ ଏବଂ ପହଣ୍ଡି ଅପରାହ୍ଣ ସାଢେ ୨ଟା ସୁଦ୍ଧା ସାରି ରଥଟଣା ଆରମ୍ଭ ହେବ । ଫେରିବା ବେଳେ ବାଟରେ ଅସୁର କିଆରୀ ଏବଂ ବିଭିନ୍ନ ନିଯୋଗ ତରଫରୁ ମଧ୍ୟ ପଣା ଲାଗି ହେବ ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ