ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା।

ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧୀନ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ବ୍ୟାଟିଂ ଦୁର୍ଦଶା ଭୋଗି ୮ ୱିକେଟରେ ବଡ଼ ପରାଜୟ ଭୋଗିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତି ଚେନ୍ନଇ ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ରାଜସ୍ଥାନରୁ ଚେନ୍ନଇ ଆସିଥିବା ସଞ୍ଜୁ ସାମସନ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ। ସାମସନ ଓ ଋତୁରାଜ ୬ରନ ଲେଖାଏଁ କରିଥିଲେ। ଆୟୁଷ ମାହାତ୍ରେ, ମାଥ୍ୟୁ ସର୍ଟ, ସର୍ଫରାଜ ଖାନ, କାର୍ତ୍ତିକ ଶର୍ମା ଓ ଶିଭମ ଦୁ​‌େ​‌ବ ମଧ୍ୟ ଆଶାଜନକ ରନ କରିପାରିନଥିଲେ। ପଞ୍ଜାବ ବିପକ୍ଷରେ ଦଳ ବ୍ୟାଟିଂ ଲୟକୁ ଫେରିବା ନେଇ ନିଶ୍ଚିତ ଉଦ୍ୟମ କରିବ। ମ୍ୟାଟ୍‌ ହେନରୀ, ଖଲିଲ ଅହମ୍ମଦ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଜେମି ଓଭରଟନ ବୋଲିଂ ବିଭାଗ ସମ୍ଭାଳୁଛନ୍ତି। ପ୍ରଥମ ମ୍ୟାଚର ପରାଜୟରୁ ଭୁଲି ଦଳ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ୩ ୱିକେଟରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। କୁପର କନୋଲି ଅପରାଜିତ ୭୨ରନର ଇନିଂସ ଖେଳିଥିଲେ। ଏହାଛଡ଼ା ପ୍ରଭସିମ୍ରନ ସିଂହ ଓ ଶ୍ରେୟସ ଆୟର ମଧ୍ୟ ଉପଯୋଗୀ ରନ କରିଥିଲେ। ଓପନର ପ୍ରିୟାଂଶ ଆର୍ୟ୍ୟ ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କୋସ ଷ୍ଟୋଇନିସଙ୍କ ଭଳି ବ୍ୟାଟ୍‌ସମ୍ୟାନ ମଧ୍ୟ ଦଳ ନିକଟରେ ରହିଛନ୍ତି। ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାଖ, ମାର୍କୋ ୟାନସେନ, ଜାଭିୟର ବାର୍ଟଲିଟ୍‌ ୪ଜଣ ଦ୍ରୁତ ବୋଲରଙ୍କୁ ଦଳ ଗୁଜରାଟ ବିପକ୍ଷରେ ଖେଳାଇଥିଲା। ଏକମାତ୍ର ସ୍ପିନର ଭାବେ ଯୁଜୁବେନ୍ଦ୍ର ଚହଲ ଖେଳିଥିଲେ। ବିଜୟ କୁମାର ଓ ଚହଲ ମ୍ୟାଚରେ ଭଲ ବୋଲିଂ କରିଥିଲେ। ଉଭୟ ଦ୍ରୁତ ଓ ସ୍ପିନରମାନେ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।
ଯାହା ଫଳରେ ଗୁଜରାଟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରୁ ପଞ୍ଜାବ କିଙ୍ଗ୍‌ସ ୪ଟି ଓ ଚେନ୍ନଇ ସୁପରକିଙ୍ଗ୍‌ସ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ