
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦୀପାଳି ଦାସ ହତ୍ୟା ମାମଲାରେ ତାଙ୍କ ଝିଅ ଦୀପାଳି ଦାସ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି । ଆଜି ହାଜର ହେବେନି ବୋଲି ସେ ଫୋନରେ ଜଣାଇବା ସହ ହାଜର ହେବାକୁ ସମୟ ମାଗିଥିବା ଜଣାଯାଇଛି । ତଦନ୍ତଅଧିକାରୀଙ୍କୁ ଫୋନ କରି ଦୀପାଳି ସମୟ ମାଗିଛନ୍ତି । ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ଦୀପାଳି ସମୟ ମାଗିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ସେ ବୟାନ ଦେବେ ବୋଲି ଜଣାଇଛନ୍ତି । ତେବେ ଦୀପାଳିଙ୍କ ଭାଇ ବିଶାଳ ଦାସଙ୍କ କ୍ରାଇମବ୍ରାଞ୍ଚରେ ହାଜର ନେଇ କୌଣସି ସୂଚନା ମିଳିପାରିନାହିଁ ।
ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନବଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଲ ଦାସଙ୍କୁ ନୋଟିସ ଜାରି କରାଯାଇଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟରେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ନୋଟିସରେ କୁହାଯାଇଛି। ନବଙ୍କ ହତ୍ୟାକୁ ନେଇ ଦୀପାଳି ଏବଂ ବିଶାଲଙ୍କ ମଧ୍ୟରେ ବୟାନବାଜି ଜାରି ରହିଥିବାରୁ ଏହାକୁ ନେଇ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଛି।



