ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତିର ଘରୋଇ ଉପଚାର

ବୟସ ବଢ଼ିବା କାରଣରୁ ହେଉଥିବା ଯନ୍ତ୍ରଣା ମଧ୍ୟରୁ ଗୋଟିଏ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆଣ୍ଠୁ ଯନ୍ତ୍ରଣା । ଏହି ଯନ୍ତ୍ରଣା ବହୁ କାରଣରୁ ହୋଇଥାଏ । ଏହା ସାଧାରଣତଃ ପୋଷକତତ୍ତ୍ୱର ଅଭାବ, ମୋଟାପଣ ବଢ଼ିବା, ଆଣ୍ଠୁ-ଗଣ୍ଠିରୁ ଜେଲି କମିଯିବା, ଶରୀରରେ ଭିଟାମିନ୍‌-ସି, ଭିଟାମିନ୍‌-ଡି’ ଓ କ୍ୟାଲସିୟମ୍‌ ଅଭାବ ହେଲେ ଆଣ୍ଠୁ ଯନ୍ତ୍ରଣା ବା ଆର୍ଥ୍ରାଇଟିସ ଆଦି ରୋଗ ହୋଇଥାଏ । ଆଣ୍ଠୁଯନ୍ତ୍ରଣା ହେବା ମାତ୍ରେ ଆଜିକାଲି ଲୋକମାନେ ଡାକ୍ତରଙ୍କ ପାଖକୁ ଯାଇ ନାନା ଔଷଧ ଖାଉଛନ୍ତି । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ,ଯାହା ବିଶେଷ ଫଳଦାୟୀ ଓ ପୀଡାନାଶକ ।
ହଳଦୀ କ୍ଷୀର: ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ୧ ଗ୍ଲାସ୍‌ କ୍ଷୀରରେ ଅଧା ଚାମଚ ହଳଦୀ ପାଉଡର ପକାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହି ଉପାୟ ବିଶେଷ ଫଳପ୍ରଦ ।
ଏଲୋଭେରା: ଆପଣ ଏଲୋଭେରା ରସକୁ ବାହାର କରି ଏଥିରେ ୧ ଚାମଚ ହଳଦୀ ପାଉଡର ମିକ୍ସ କରି ଏହାକୁ ଗରମ କରି ଦିଅନ୍ତୁ । ନଖ ଉଷୁମ୍‌ ଥିବା ଏହି ପେଷ୍ଟକୁ ଯନ୍ତ୍ରଣା ସ୍ଥାନରେ ମାଲିସ କରନ୍ତୁ । ଆରାମ ମିଳିବ ।
ମହୁ, ଘିଅ ଓ ତ୍ରିଫଳା: ମହୁ ସହିତ ତ୍ରିଫଳା ପାଉଡର ସେବନ କରନ୍ତୁ ଏହା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବ । ଅଧା ଚାମଚ ତ୍ରିଫଳା ପାଉଡରରେ ୧ ଚାମଚ ମହୁ ଅଧାଚାମଚ ଦେଶୀ ଘିଅ ମିଶାଇ ପ୍ରତିଦିନ ସକାଳୁ ଏହାକୁ ସେବନ କରିବାଦ୍ୱାରା ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ମେଥି:ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମେଥି ବିଶେଷ ଉପଯୋଗୀ। ଅଧା ଚାମଚ ମେଥ୍‌ ପାଉଡର ସକାଳ ଓ ସନ୍ଧ୍ୟା ଜଳଖିଆ ପରେ ଖାଆନ୍ତୁ । ସକାଳୁ ଖାଲିପେଟରେ ମେଥି ଅଳ୍ପ ଚୋବାଇ ଖାଇ ପାଣି ପିଇଲେ ଏହା ଖୁବ୍‌ ଉପକାରୀ।
ତୁଳସୀ ରସ:୧ ଚାମଚ ତୁଳସୀ ରସକୁ ଗରମ ପାଣିରେ ମିଶାଇ ପିଅନ୍ତୁ । ପ୍ରତିଦିନ ଏହି ପାଣି ସେବନ କରିବା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଅଦା:ଯନ୍ତ୍ରଣା ଦୂର କରିବା ପାଇଁ ଅଦା ବିଶେଷ ଫଳଦାୟୀ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଅଦା ଚା’ ପିଅନ୍ତୁ । ନଚେତ ଅଦା ରସକୁ ମହୁ ସହିତ ମିଶାଇ ସେବନ କରନ୍ତୁ । କେବଳ ଆଣ୍ଠୁ ଯନ୍ତ୍ରଣା ନୁହେଁ, ଥଣ୍ଡା, କାଶ ଓ ଶ୍ୱାସ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

  • Garvita Odia

    Related Posts

    ସୋଆ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ

    ଭୁବନେଶ୍ୱର : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ…

    ସମ୍ ହସ୍ପିଟାଲ୍ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

    ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋପôାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧