ଆନ୍ଦୋଳନରୁ ନ ଓହରିଲେ ଦରମା ବନ୍ଦ:ମନ୍ତ୍ରୀ

ଭୁବନେଶ୍ବର: ଅମଲା ସଙ୍ଘକୁ ସମୂହ ଛୁଟିରୁ ଓହରିବାକୁ ଅପିଲ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଦୋଳନରୁ ନ ଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କାମ ନହେଲେ ଦରମା ବନ୍ଦ । ବସିକି ସମାଧାନ କଲେ ସମାଧାନ ବାହାରିବ । କଥାବାର୍ତ୍ତା ହୋଇଛି । କ୍ୟାଡର ପୂର୍ନଗଠନ କଥା ରାଜସ୍ବ ବିଭାଗ ଅଧୀନରେ ନୁହେଁ ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପାଖକୁ ପଠାଯାଇଛ । ଅପେକ୍ଷା ନକରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଯାଇଛି ଛୁଟି ବାତିଲ ହେବ ଛୁଟି ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ । ଦାବି ପୂରଣ ନହେବାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ୟ୍ୟ ବନ୍ଦ ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି । ୧୦ ଦଫା ଦାବି ପୂରଣ ନେଇ ପୂର୍ବରୁ ବହୁଥର ସରକାରଙ୍କୁ ଅବଗତ କରାଯାଇଥିଲା । ତଥାପି ତାପରେ ବି କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ସମସ୍ତ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅମଲା ସଂଘର ଦାବି ରହିଛି- ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାୟୀ ଲେବେଲ-୯କୁ ବୃଦ୍ଧି କରିବା, ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରିବା, ରାଜ୍ୟରେ କାର୍ୟ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ବ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦେବା, ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବି ମଧ୍ୟ ରହିଛି ।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି

    ଭୁବନେଶ୍ୱର: ପ୍ରାୟ ୬ମାସ ପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତି ଡଃ ହରିବାବୁ କମ୍ଭମପାଟି ଆଜି ଏକସଙ୍ଗେ ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କରିଛନ୍ତି। ଲୋକଭବନ ପକ୍ଷରୁ ଜାରି…

    Continue reading
    ୨୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ