ଆବାସ ପାଇଁ ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ବଡ ଘୋଷଣା । ଖୁବଶୀଘ୍ର ହେବ ନୂଆ ସର୍ଭେ । ଯୋଗ୍ୟ ପରିବାରଙ୍କୁ ମିଳିବ ଘର । ତେବେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କ କଟାଯିବ ନାମ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ନୂଆ ସର୍ଭେ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିବା ବେଳେ ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍‌ ନମ୍ବର ସଂଯୋଗ ରହିବ । ନିଜେ ଆବେଦନକାରୀ ବିଭାଗର ଆପ୍‌ରେ ଆବେଦନ କରିପାରିବେ ।

ତେବେ ଏଥିରେ ଏମିତି ବ୍ୟବସ୍ଥା ରଖାଯାଉଛି, ଭାଗ ହୋଇଥିବା ପରିବାର ଯୋଗ୍ୟ ହୋଇଥିଲେ, ସେମାନଙ୍କୁ ପୃଥକ୍‌ ପୃଥକ୍‌ ଘର ମିଳିପାରିବ । ସେହିପରି ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ । ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ, ସେଠାରେ ଗାଁ ଭଳି କ୍ଲଷ୍ଟର କରାଯାଇ ଘର ବଣ୍ଟନ କରାଯିବ । ଏହି ତାଲିକା ପ୍ରସ୍ତୁତି ପାଇଁ ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ । ୨ ଦିନ ଭିତରେ ବ୍ଲକ, ପଞ୍ଚାୟତରେ ନୂଆ ଗାଇଡଲାଇନ ପହଞ୍ଚିଯିବ । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧ ଲକ୍ଷ ୧୧ ହଜାର ୮୧୮ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଆବେଦନକାରୀ ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ୧୫ ହଜାରରୁ ଅଧିକ ନ ହେବା ଜରୁରୀ ।

ଗାଇଡଲାଇନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମଞ୍ଜୁର ହେଉଥିବା ଗୃହ ନିର୍ମାଣ ଅର୍ଥ ରାଶି ୧ ଲକ୍ଷ ୨୦ ହଜାର ଟଙ୍କା । ଗତ ୫ ବର୍ଷରେ ରାଜ୍ୟକୁ ପିଏମ ଆବାସ (ଗ୍ରାମୀଣ) ରେ ୧୨ ଲକ୍ଷ ୬୨୧ଟି ଗୃହର ଧାର୍ୟ୍ୟ ଲକ୍ଷ୍ୟ ପ୍ରାପ୍ତ ହୋଇଛି । ଏଥିରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଘର ମଞ୍ଜୁର ହୋଇଥିବାବେଳେ ୭ଲକ୍ଷ ୪୩ ହଜାର ୩୨୧ଟି ଘର ନିର୍ମାଣ କାମ ଶେଷ ହୋଇଛି । ୪ ଲକ୍ଷ ୩୨ ହଜାର ୭୩୨ଟି ଘର ନିର୍ମାଣାଧୀନ ଅଛି । ବାତ୍ୟା ଦାନାରେ ୧୩ ହଜାର ୧୩୫ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି । ଏହି ପରିବାରମାନଙ୍କ ଘରକୁ ସରଜମିନ ତଦନ୍ତ କରାଯାଇ ନୂଆ ସର୍ଭେ ସମୟରେ ଯୋଗ୍ୟ ପରିବାରଙ୍କୁ ତାଲିକାଭୁକ୍ତ କରାଯିବ ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ