ଆମେ ହାରିନୁ, ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇନୁ: ନବୀନ

ଭୁବନେଶ୍ୱର: ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ । ସାରା ରାଜ୍ୟରେ ବିଜେଡି ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱରସ୍ଥ ଶଙ୍ଖଭବନରେ ମଧ୍ୟ ବିଜେଡି ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗତ ନିର୍ବାଚନରେ ଦଳର ପରାଜୟର କାରଣ ସମ୍ପର୍କରେ କହିଛନ୍ତି ।
ସେ କହିଛନ୍ତି ଯେ ଆମେ ହାରିନୁ, ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇନୁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି । ବିଜେପି ମିଛ କଥା କହି ଲୋକଙ୍କୁ ଭୂଅାଁ ବୁଲାଇଛି । ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ ଭୋଟ ପାଇଛି । ଓଡ଼ିଶାବାସୀ ଜାଣିସାରିଲେଣି ଯେ ବିଜେପି ମିଛ କହି ସରକାରକୁ ଆସିଛି । ଆମର ଭୁଲ ହେଲା ଆମେ ସେମାନଙ୍କ ମିଛର କାଉଣ୍ଟର କରିପାରିଲୁ ନାହିଁ ବୋଲି ନବୀନ କହିଛନ୍ତି ।

ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରଷାକୁ ଅତୁଟ ରଖି ବିଜେଡି ଦୃଢତା ସହ ଆଗକୁ ବଢୁଛି । ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ୟ୍ୟ ବିଜେଡିକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି । ଓଡ଼ିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ । ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା । ଏକ ହୋଇ ଓଡ଼ିଶାବାସୀଙ୍କ ସେବାରେ ଲଢେଇକୁ ସମସ୍ତେ ଜୋରଦାର କରିବା ନବୀନ ଦେଇଛନ୍ତି ଆହ୍ବାନ ।

  • Related Posts

    CM Launches Odisha Marine Biotechnology Research & Innovation Corridor

    Ground-breaking Marine Biotech Initiative to Make Odisha a Leader in Blue Economy- CM Bhubaneswar: Chief Minister Shri Mohan Charan Majhi today launched the Odisha Marine Biotechnology Research & Innovation Corridor…

    Continue reading
    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Govt approved 74 new food safety officers

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ