
ଭୁବନେଶ୍ୱର: ସୋମବାର ରାଜ୍ୟସଭା ନିର୍ବାଚନ । ଏହା ପୂର୍ବରୁ ତିନି ଦଳକୁ ଘୋଡ଼ା ବେପାର ଓ କ୍ରସଭୋଟିଂ ଡର ଥିବାବେଳେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏକ ବଡ଼ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି ଯେ ଆମ ବିଧାୟକମାନଙ୍କୁ ଟ୍ରାପ କରିବାକୁ ପାଞ୍ଚ ପାଞ୍ଚ କୋଟି ଅଫର କରାଯାଉଛି । ବେଙ୍ଗାଲୁରୁ ସ୍ଥିତ ହୋଟେଲରେ ଥିବା ଆମ ବିଧାୟକମାନଙ୍କୁ ଟ୍ରାପ ପାଇଁ ଉଦ୍ୟମ କରାଯାଉଛି । ଓଡ଼ିଶାରୁ ୪ ଜଣ ଲୋକ ଆସିଛନ୍ତି । ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି । ଏଠି ଆମର ୮ଟି ଭୋଟ ଓ ଓଡ଼ିଶାରେ ୬ଟି ଭୋଟ ସୁରକ୍ଷିତ ଅଛି ବୋଲି ଶ୍ରୀ ଉଲାକା କହିଛନ୍ତି । ବେଙ୍ଗାଲୁରୁ ହୋଟେଲରେ ବ୍ଲାଙ୍କ ଚେକ୍ ଦେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଲୋକ ଟଙ୍କା ଅଫର କରୁଥିବା ଅଭିଯୋଗ ହୋଇଛି । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।




