ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍‌ ଆଡମିଶନ୍‌ କରାଯିବ। ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସ୍‌ ଠାରେ ଗୁରୁବାର, ୧୯ ଜୁନ୍‌ ପୂର୍ବାହ୍ନ ୧୧ଟା ସମୟରେ ସ୍ପଟ୍‌ ରାଉଣ୍ଡ୍‌ ନାମଲେଖା ଅନୁଷ୍ଠିତ ହେବ। ଏହି ନାମଲେଖା ପ୍ରକ୍ରିୟା ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି (ଏସସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌) ଶ୍ରେଣୀ ସହିତ ସାଧାରଣ ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି । ଇଚ୍ଛୁକ ଛାତ୍ରଛାତ୍ରୀ ସ୍ପଟ୍‌ ରାଉଣ୍ଡ ନାମଲେଖା ସମୟରେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେଇପାରନ୍ତି । ଯୋଗ୍ୟତା, କାଗଜପତ୍ର କିମ୍ବା ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଶ୍ରୀ ଜିତେନ୍ଦ୍ର ପତିଙ୍କୁ ୯୯୩୭୮୮୧୨୮୫ ନମ୍ବରରେ ଯୋଗାଯୋଗ କରିପାରିବେ ।

  • Related Posts

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଚଳିତ ଆଇନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ଉଚ୍ଚ ସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି। ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ବାରମ୍ବାର ଜବତ…

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ବାରମ୍ବାର ତାଗିଦ୍ କରାଗଲା, ଚେତାବନୀ ମଧ୍ୟ ଦିଆଗଲା। ହେଲେ ଆଜି ବି ରାଜସ୍ବ ନିରୀକ୍ଷକ, ତହସିଲ ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟାଳୟରେ କର୍ମଚାରୀ, ଅଧିକାରୀଙ୍କ ଦେଖା ମିଳୁ ନାହିଁ। ଜରୁରୀ କାମରେ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ, କିନ୍ତୁ ଜନତାଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ