
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ ଲୋକଙ୍କ ଗମନାଗମନ ଯେପରି ଅସୁବିଧା ନହୁଏ ତାପରେ ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ସହରରେ ୧୩୩ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ।
ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଭୁବନେଶ୍ୱର ଏୟାରପୋର୍ଟରୁ ପାଓ୍ବରାହାଉସ ଛକ ପର୍ୟ୍ୟନ୍ତ ହେବ ରୋଡ ସୋ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରିଛି । ଯେପରି ସହର ଭିତରେ ଲୋକ ଗାଡି ଭର୍ତ୍ତି କରିବେ ନାହିଁ । ଅଯଥାରେ ଟ୍ରାଫିକ ପରିଚାଳନା ବିପର୍ୟ୍ୟସ୍ତ ହେବ ନାହିଁ । ସେନେଇ ଟ୍ରାଫିକ ପୋଲିସ ମାନଙ୍କୁ ମଧ୍ୟ ପରିଚାଳନା ପାଇ ଦାୟିତ୍ବ ଦିଆଯାଇଛି । କେବଳ ରୋଡ ସୋର ସୁରକ୍ଷା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।ଜନତା ମଇଦାନରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଳନ କାର୍ୟ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥି ପାଇଁ ରାଜଧାନୀକୁ ହଜାର ହଜାର ଲୋକଙ୍କ ସମାଗମ ହେବ । ସେମାନଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ଜଣେ ସିନିୟର୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ସଭାସ୍ଥଳକୁ ଆସୁଥିବା ଭିଆଇପି ଓ ଭିଆଇପିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି ।ମୋଟ ୧୩୩ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଯେଉଁଥିରେ ରାପିଡ ଆକ୍ସନ ଫୋର୍ସ , ସିଆରପିଏଫ, ବିଏସଏଫ ମଧ୍ୟ ନିୟୋଜିତ ରହିବେ । ଏପରିକି ଇଣ୍ଟେଲିଜେନସ ଅଫିସର ମଧ୍ୟ ସାଧା ପୋଷାକରେ କଡ଼ା ନଜର ରଖିବେ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ ଲୋକଙ୍କ ଯାତାୟତରେ ଯେପରି ବାଧା ସୃଷ୍ଟି ହେବ ନାହିଁ, ସେନେଇ ମାର୍ଗଦର୍ଶୀ ଜାରି ହେବ । ଯେଉଁଥିରେ ସାଧାରଣ ଲୋକ କେଉଁ ରୁଟ ଦେଇ ଯିବା ଆସିବା କରିବେ ତାହା ଉଲ୍ଲେଖ ରହିବ । ସେହିପରି ୨୦ତାରିଖରେ ସମସ୍ତ ସ୍କୁଲ ଟ୍ବିନି ସିଟିଂରେ ବନ୍ଦ ରହିବ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସହର ଏବେ ହାଇଆଲର୍ଟ ରହିଛି । ଯେପରି ଅନେକ ସ୍ଥାନରେ ପୋଲିସ ଚେକିଂ ସହ ସହର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଇଣ୍ଟେଲିଜେନସକୁ ମଧ୍ୟ ବଢାଯାଇଛି । ଏପରିକି ସହରରେ ରାତ୍ରିକାଳୀନ ଚେକିଂ କଡାକଡି ସହ ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲରେ ମଧ୍ୟ ଚେକିଂ ଜୋରଦାର ହେଉଛି ।