ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ; ସହର ଜଗିବେ ୧୩୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ ଲୋକଙ୍କ ଗମନାଗମନ ଯେପରି ଅସୁବିଧା ନହୁଏ ତାପରେ ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ସହରରେ ୧୩୩ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ।
ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଭୁବନେଶ୍ୱର ଏୟାରପୋର୍ଟରୁ ପାଓ୍ବରାହାଉସ ଛକ ପର୍ୟ୍ୟନ୍ତ ହେବ ରୋଡ ସୋ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରିଛି । ଯେପରି ସହର ଭିତରେ ଲୋକ ଗାଡି ଭର୍ତ୍ତି କରିବେ ନାହିଁ । ଅଯଥାରେ ଟ୍ରାଫିକ ପରିଚାଳନା ବିପର୍ୟ୍ୟସ୍ତ ହେବ ନାହିଁ । ସେନେଇ ଟ୍ରାଫିକ ପୋଲିସ ମାନଙ୍କୁ ମଧ୍ୟ ପରିଚାଳନା‌ ପାଇ ଦାୟିତ୍ବ ଦିଆଯାଇଛି । କେବଳ ରୋଡ ସୋର ସୁରକ୍ଷା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।ଜନତା ମଇଦାନରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଳନ କାର୍ୟ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥି ପାଇଁ ରାଜଧାନୀକୁ ହଜାର ହଜାର ଲୋକଙ୍କ ସମାଗମ ହେବ । ସେମାନଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ଜଣେ ସିନିୟର୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ସଭାସ୍ଥଳକୁ ଆସୁଥିବା ଭିଆଇପି ଓ ଭିଆଇପିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି ।ମୋଟ ୧୩୩ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଯେଉଁଥିରେ ରାପିଡ ଆକ୍ସନ ଫୋର୍ସ , ସିଆରପିଏଫ, ବିଏସଏଫ ମଧ୍ୟ ନିୟୋଜିତ ରହିବେ । ଏପରିକି ଇଣ୍ଟେଲିଜେନସ ଅଫିସର ମଧ୍ୟ ସାଧା ପୋଷାକରେ କଡ଼ା ନଜର ରଖିବେ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ ଲୋକଙ୍କ ଯାତାୟତରେ ଯେପରି ବାଧା ସୃଷ୍ଟି ହେବ ନାହିଁ, ସେନେଇ ମାର୍ଗଦର୍ଶୀ ଜାରି ହେବ । ଯେଉଁଥିରେ ସାଧାରଣ ଲୋକ କେଉଁ ରୁଟ ଦେଇ ଯିବା ଆସିବା କରିବେ ତାହା ଉଲ୍ଲେଖ ରହିବ । ସେହିପରି ୨୦ତାରିଖରେ ସମସ୍ତ ସ୍କୁଲ ଟ୍ବିନି ସିଟିଂରେ ବନ୍ଦ ରହିବ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସହର ଏବେ ହାଇଆଲର୍ଟ ରହିଛି । ଯେପରି ଅନେକ ସ୍ଥାନରେ ପୋଲିସ ଚେକିଂ ସହ ସହର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଇଣ୍ଟେଲିଜେନସକୁ ମଧ୍ୟ ବଢାଯାଇଛି ।‌ ଏପରିକି ସହରରେ ରାତ୍ରିକାଳୀନ ଚେକିଂ କଡାକଡି ସହ ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲରେ ମଧ୍ୟ ଚେକିଂ ଜୋରଦାର ହେଉଛି ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ