ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ; କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ। ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଉଦଘାଟନୀ ସମାରୋହରେ ଯୋଗଦେବେ।

ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ ୨୦୨୫) ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି – ‘ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିକା।

  • Related Posts

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading
    ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ଏକ୍ସ’ ଲେଖିଛନ୍ତି, ସମସ୍ତଙ୍କୁ ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଆମର ଗଭୀର କୃତଜ୍ଞତାର ସ୍ମରଣ କରାଏ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା