ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ:ମୈଦାନରେ ଅଛନ୍ତି ୫ ଯୋଦ୍ଧା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଯୋଦ୍ଧା। ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଉପରେ ଏବେ ସମସ୍ତଙ୍କର ନଜର ଅଟକିଛି।ଚତୁର୍ଥ ସିଟରେ ଦିଲ୍ଲୀପ ରାୟ ଓ ଦତ୍ତେଶ୍ବର ହୋତାଙ୍କ ଫାଇଟ୍ ଭିତରେ କାହାର ହେବ ଜିତାପଟ ? ଛକାପଞ୍ଛା ଭିତରେ କ୍ରସ୍ ଭୋଟିଂ ଓ ଘୋଡ଼ା ବେପାରର ଭୟ ବିରୋଧୀ ଶିବିରକୁ ଛାନିଆ କରିଛି। କଂଗ୍ରେସ ଓ ବିଜେଡିର କିଛି ବିଧାୟକଙ୍କ ହାବଭାବକୁ ନେଇ ସସପେନସ ବଢୁଛି।
ବିଜେପି ଘୋଡ଼ା ବେପାର କରୁଥିବା ନବୀନଙ୍କ ଅଭିଯୋଗ ପରେ ତାଙ୍କ ଦଳର କିଛି ବିଧାୟକ କ୍ରସ ଭୋଟିଂ କରିବେ ଏକ ପ୍ରକାର ସ୍ପଷ୍ଟ। କ୍ରସ ଭୋଟିଂ ଡରରେ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଳୁରୁରେ ଡ଼େରା ପକାଇଥିବାବେଳେ ବିଜେଡି ନିଜ ବିଧାୟକଙ୍କ ଉପରେ ତୀକ୍ଷଣ ନଜର ରଖିଛି।

ସେପଟେ ବିଜେପି ବିଧାୟକମାନେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଲିମ୍ ପାଇଁ ପାରାଦୀପରେ ଅଛନ୍ତି। ୨ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ୩ଟି ବସରେ ବିଧାୟକମାନେ ଗତକାଲି ପାରାଦୀପରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଅଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ଆଜି ପାରାଦୀପରେ ରାଜ୍ୟସଭା ଭୋଟ ନେଇ ଟ୍ରେନିଂ ନେବେ ସମସ୍ତ ବିଧାୟକ। ଆସନ୍ତାକାଲି ସକାଳେ ପାରାଦୀପରୁ ବାହାରି ସିଧା ଭୋଟ ଦେବାକୁ ଆସିବେ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ