
ଭୁବନେଶ୍ୱର: ଆସୁଛି ବଡ଼ ବାତ୍ୟା! ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛିି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ବାତ୍ୟ ସୃଷ୍ଟି ହୋଇପାରେ, ଯାହା ଓଡ଼ିଶାର ଉପକୂଳାଞ୍ଚଳକୁ ପ୍ରଭାବିତ କରିପାରେ। ଏସିଆ-ପ୍ରଶାନ୍ତ ଜଳବାୟୁ କେନ୍ଦ୍ର (ଏପିସିସି)ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବରରୁ ଲା ନିନା ଆରମ୍ଭ ହେବାର ସମ୍ଭାବନା ୫୦-୬୦ ପ୍ରତିଶତରୁ ଅଧିକ।ଲା ନିନା ହେଉଛି ଏକ ଜଳବାୟୁ ଘଟଣା, ଯେଉଁଥିରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ସାରଫେସ ତାପମାନ (ଏସଏସ୍ଟି) ସାଧାରଣରୁ କମ ହୁଏ, ଯାହା ବଙ୍ଗୋପସାଗରରେ ଚକ୍ରବାତର ତୀବ୍ରତାକୁ ବଢ଼ାଇଥାଏ। ଭାରତୀୟ ମୌସମୀ ବିଭାଗ (ଆଇଏମ୍ଡି)ର ଅନୁସାରେ, ଲା ନିନା ସମୟରେ ବାତ୍ୟାଗୁଡ଼ିକ ଅଧିକ ତୀବ୍ର ହୋଇ ଉଠନ୍ତି ଏବଂ ନେଗେଟିଭ ଇଣ୍ଡିୟାନ ଅଙ୍ଗୁଳା ଡାଇପୋଲ (ଆଇଓଡି) ସହିତ ମିଶି ଓଡ଼ିଶାରେ ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଏହା ସହ ସମୁଦ୍ର ସାରଫେସ ତାପମାନ ଅକ୍ଟୋବର ପର୍ୟ୍ୟନ୍ତ ସାଧାରଣରୁ ଅଧିକ ରହିବାର ଆଶଙ୍କା ରହିଛି। ପୂର୍ବରୁ ଲା ନିନା ବର୍ଷଗୁଡ଼ିକରେ ଓଡ଼ିଶା ଅନେକ ଗୁରୁତର ବଡ଼ ବାତ୍ୟାର ଶିକାର ହୋଇଛି।




