ଆହୁରି ଖୋଲିବା ୨୮ଟି ଓମଫେଡ

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର। ଚାଷୀମାନେ ସେଠାରେ କ୍ଷୀର ବିକ୍ରି କରିପାରିବେ। ଓମ୍‌ଫେଡ୍ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ଶ୍ରୀ ମଲ୍ଲିକ କହିଛନ୍ତି, ଲୋକଙ୍କ ଚାହିଦା ଦେଖି ବିଭିନ୍ନ ସ୍ଥାନରେ ଓମ୍‌ଫେଡ୍‌ ପାର୍ଲର ଖୋଲାଯିବ। ଏହାଛଡ଼ା ପ୍ରତି ପଞ୍ଚାୟତରେ କ୍ଷୀରଧାର କେନ୍ଦ୍ର ଖୋଲାଯିବ। ଚାଷୀମାନେ ସେଠାରେ କ୍ଷୀର ବିକ୍ରି କରିପାରିବେ। ଚାଷୀଙ୍କ ପାଖକୁ ଡିବିଟି ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରାଯିବ। ଅତି ଆବଶ୍ୟକ ଥିବା ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୨୦ଟି କ୍ଷୀରଧାରା କେନ୍ଦ୍ର ଖୋଲା ସରିଲାଣି। ମାସେ ଭିତରେ ଆଉ ୨୭ରୁ ୨୮ଟି କ୍ଷୀରଧାରା କେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା କରିଛୁ ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରକୁ ଓମ୍‌ଫେଡ୍‌ ଘିଅ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲେ। ତା’ପରେ ଓମ୍‌ଫେଡ୍‌ ଘିଅ ଯୋଗାଣ ଆରମ୍ଭ କରିଛି। ହୋଲ୍‌ସେଲ୍‌ ଦରରେ ଆମେ ଘିଅ ଯୋଗାଇଦେବୁ। ଶ୍ରୀମନ୍ଦିର ପାଇଁ ପ୍ରତିଦିନ ୪ ଟନ୍‌ରୁ ଅଧିକ ଘିଅର ଆବଶ୍ୟକତା ରହିଛି। ଓମ୍‌ଫେଡ୍‌ର କେବଳ ଅରିଲୋ ପ୍ଲାଣ୍ଟରେ ପ୍ରତିଦିନ ୮ ଟନ୍‌ରୁ ଅଧିକ ଘିଅ ଉତ୍ପାଦନ କରିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ରାଜ୍ୟର ଅନ୍ୟ ପ୍ଲାଣ୍ଟରେ ମଧ୍ୟ ଘିଅ ଉତ୍ପାଦନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ରାଜ୍ୟର ବିଭିନ୍ନ ମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଓମ୍‌ଫେଡ୍‌ ଏମ୍‌ଡିଚିଠି ଲେଖିଛନ୍ତି। ଯଦି ସବୁ ମନ୍ଦିରକୁ ଘିଅ ଯୋଗାଇବା ପାଇଁ ପ୍ରସ୍ତାବ ଆସେ, ତାହାହେଲେ ଆମେ ପ୍ରସ୍ତୁତ ଅଛୁ। କ୍ଷୀର ଓ ଘିଅ ଉତ୍ପାଦନ ବଢ଼ାଇବା ପାଇଁ ସମ୍ବଲପୁର, ଗଞ୍ଜାମ, ବାଲେଶ୍ୱରରେ ଓମ୍‌ଫେଡ୍‌ର ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବାକୁ ଯୋଜନା କରୁଛି। ସେଥିପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଉଛି। ଡାଇରେକ୍ଟ ଓ ଇନ୍‌ଡାଇରେକ୍ଟ ଭାବେ ଓମ୍‌ଫେଡ୍‌ ସମସ୍ତଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଲୋକମାନେ ଆତ୍ମ ନିର୍ଭର ହୋଇପାରୁଛନ୍ତି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଓମ୍‌ଫେଡ୍‌ ଆହୁରି ସଶକ୍ତ ଓ ସମ୍ପୃଦ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍‌ଫେଡ୍‌ର ଟେଟ୍ରାପେକ୍‌, ପାଣି ପାଉଚ୍‌, ଆଇସକ୍ରିମ୍‌, ଚକୋଲେଟ୍‌ ଆଦି ତିଆରି କରିବ। ରାଜ୍ୟର ବିଭିନ୍ନ ପ୍ରାଣ୍ଟରେ ଏହି ସବୁ ପ୍ରଡକ୍ଟ ତିଆରି କରାଯିବ।

Related Posts

ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

Continue reading
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ