ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ସୋଆ ଫ୍ୟାକଲ୍ଟି ମନୋନୀତ

ଭୁବନେଶ୍ୱର,02/09: ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି । ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ ଅପ୍ ବିଜିନେସ୍ ଟକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚେଞ୍ଜ ମେକର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଇଂରାଜୀ ଭାଷା, ଗଣମାଧ୍ୟମ ଓ ଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡକ୍ଟର ଶତପଥୀଙ୍କର ଗବେଷଣା ଏବଂ ସନ୍ଦର୍ଭ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି । ଶୈକ୍ଷିକ ଉତ୍କର୍ଷତା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ନାରୀ-ପୁରଷ କ୍ଷେତ୍ରରେ ସମାନତା ଦିଗରେ ଡକ୍ଟର ଶତପଥୀ ଅନେକ କାର୍ଯ୍ୟ କରିଛନ୍ତି । ଏହି ସମ୍ମାନ ନିମନ୍ତେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ