ଇସଲାମାବାଦରେ ଜେଡି ଭାନ୍ସ

ଇସଲାମାବାଦ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଇସଲାମାବାଦରେ ଅବତରଣ କରିଛି। ତାଙ୍କ ବିମାନ ରାୱଲପିଣ୍ଡିର ନୁର ଖାନ ଏୟାରବେସରେ ଅବତରଣ କରିଛି। ଏହା ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିବେ। ବୈଠକ‌ରେ ଇରାନ-ଆମେରିକା ମଧ୍ୟରେ ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ବନ୍ଦ ନେଇ ସ୍ଥାୟୀ ସମାଧାନ ଉପରେ ଆଲୋଚନା ହେବ।

ନ୍ୟୁୟର୍କ ପୋଷ୍ଟ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଇସାରା ଦେଇଛନ୍ତି ଯେ, ଏହି ଆଲୋଚନା ବିଫଳ ହୁଏ, ତେବେ ଇରାନ ଉପରେ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇପାରେ । ଆମେରିକା ଯୁଦ୍ଧଜାହଜଗୁଡିକ ସର୍ବୋତ୍ତମ ଗୋଳାବାରୁଦରେ ସଜ୍ଜିତ ଏବଂ ଆକ୍ରମଣ ପାଇଁ ପ୍ରସ୍ତୁତ । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନ ରାଜି ହେଉ କି ନ ହେଉ, ୱାସିଂଟନ ଖୁବଶୀଘ୍ର ହୋର୍ମୁଜ ପ୍ରଣାଳୀ ପୁଣି ଖୋଲିବ । ଏହା ସହଜ ହେବ ନାହିଁ, ମୁଁ କେବଳ ଏତିକି କହିବି ଯେ ଆମେ ଏହାକୁ ଶୀଘ୍ର ଖୋଲିବୁ ।”
​​​​​​​ଟ୍ରମ୍ପ ଆହୁରି କହିଛନ୍ତି, ଆମେ ଏପରି ଲୋକଙ୍କ ସହ କାର୍ୟ୍ୟ କରିବାକୁ ଚାହୁଁଛୁ ଯେଉଁମାନେ, ସତ କହୁଛନ୍ତି କି ନାହିଁ ଆମେ ଜାଣିନାହୁଁ । ସେମାନେ ଆମକୁ କହୁଛନ୍ତି ଯେ, ସେମାନେ ପରମାଣୁ ଅସ୍ତ୍ରଶସ୍ତ୍ର ସମାପ୍ତ କରୁଛନ୍ତି, ତା ପରେ ସେମାନେ ପ୍ରେସକୁ ଯାଇ କହୁଛନ୍ତି ଯେ ସେମାନେ ୟୁରାନିୟମକୁ ସମୃଦ୍ଧ କରିବାକୁ ଚାହୁଁଛନ୍ତି । ଇରାନର ଲୋକମାନେ ଯୁଦ୍ଧ କରିବା ଅପେକ୍ଷା ମିଛ ଖବର ଗଣମାଧ୍ୟମ ଏବଂ ଜନସମ୍ପର୍କ ପରିଚାଳନା କରିବାରେ ଭଲ ।

  • Related Posts

    ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ବିଳମ୍ବ ହେବ ଘଣ୍ଟାଏ

    ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ଜରିଆରେ ଟଙ୍କା ନେଣଦେଣ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ତେବେ ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର…

    Continue reading
    ୟୁପି ଏସ୍‌ଆଇଆର୍‌, କଟିଲା ୨.୦୪ କୋଟି ଭୋଟରଙ୍କ ନାଁ

    ଲକ୍ଷ୍ନୌ : ନିର୍ବାଚନ କମିଶନ (ଇସି) ଉତ୍ତରପ୍ରଦେଶରେ ଏସ୍ଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ଶୁକ୍ରବାର ଜାରି କରିଛନ୍ତି । ଏଥିରେ ୟୁପି ଭୋଟରଙ୍କ ସଂଖ୍ୟା ୧୩% କମି ୧୩.୩୯ କୋଟି ରହିଛି । ଚୂଡ଼ାନ୍ତ ତାଲିକାରେ ୨ କୋଟି ୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ