ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ ସ୍ବଚ୍ଛତା। ଫର୍ମପୂରଣ ପାଇଁ ପରିଷଦ ସାମ୍ସଠାରୁ ନାମଲେଖା ତଥ୍ୟ ସଂଗ୍ରହ କରିଛି। କୌଣସି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଯେପରି ପରିଷଦ ନ ଆସିବେ ସେ ନେଇ ଅନଲାଇନ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଏଥିସହିତ ୱେବ୍‌ସାଇଟ୍‌ରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରାୟ ୨୪୦୦ରୁ ଊର୍ଦ୍ଧ୍ବ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପରିଷଦ ସହ ଅନୁବନ୍ଧିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିଲା ଓ ସେଥିଯୋଗୁଁ ପରିଷଦରେ ଦୁର୍ନୀତି ବଢୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯେଭଳି କାର୍ଯ୍ୟାଳୟ ନଆସିବେ ସେନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ସମସ୍ତ କାମ କାଗଜପତ୍ର ମୁକ୍ତ କରିବା ପାଇଁ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ତ ତଥ୍ୟ ପରିଷଦର ୱେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟତଃ କେଉଁ ଶିକ୍ଷାନୁଷ୍ଠାନ କେଉଁ କାଗଜପତ୍ର ଦାଖଲ କରିବେ ସେ ସମ୍ବନ୍ଧୀୟ ତଥ୍ୟ ଏଣିକି ପରିଷଦ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପରିଷଦର ଧାର୍ଯ୍ୟ ଫର୍ମାଟ୍‌ରେ ଇ-ମେଲ୍‌ କିମ୍ବା ପୋଷ୍ଟରେ ତଥ୍ୟ ପଠାଇବେ। ମାତ୍ର ପରିଷଦ କାର୍ଯ୍ୟାଳୟ ଆସିବେ ନାହିଁ। ପରିଷଦ ସହିତ ସମସ୍ତ ପତ୍ର ବିନିମୟ, ଦସ୍ତାବିଜ୍ ଉପସ୍ଥାପନ ଏବଂ ଫି’ ଜମା କରିବା ଇତ୍ୟାଦି କାର୍ଯ୍ୟ ଡାକ, ଇ ମେଲ୍ କିମ୍ବା ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସବୁ ମହାବିଦ୍ୟାଳୟ ମୁଖ୍ୟଙ୍କୁ କୁହାଯାଇଛି।
+୨ ଫର୍ମପୂରଣ ପାଇଁ ମଧ୍ୟ କାଗଜପତ୍ର ବ୍ୟବହାର ହେବନି। ସାମ୍ସ ତଥ୍ୟକୁ ଆଧାର କରି ପରିଷଦ ପକ୍ଷରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ଏହି ତାଲିକା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଦେଖିବା ସହ ପରୀକ୍ଷା ଦେବାକୁ ଥିବା ବିଷୟ, ବାପା ଓ ମା’ଙ୍କ ନାମ ଭଳି ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ଅପଡେଟ୍‌ କରିବେ। ନୂଆ ଫର୍ମପୂରଣ କରିବାକୁ ପଡ଼ିବନି। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ଫର୍ମପୂରଣ ଦେୟ ଦେବେ। ତଥ୍ୟ ଅପଡେଟ୍‌ ବେଳେ କୌଣସି ଦେୟ ଦେବେନି। ଶିକ୍ଷାନୁଷ୍ଠାନ ଏକକାଳୀନ ଭାବେ ସମସ୍ତ ବିଦ୍ୟାର୍ଥୀଙ୍କ ଦେୟ ପୈଠ କରିବେ। ଫର୍ମପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସଚେତନ କରାଇବେ।

  • Related Posts

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    ଭୁବନେଶ୍ବର: ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟରେ ୨ବର୍ଷ ମଧ୍ୟରେ…

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

    ଭୁବନେଶ୍ୱର, ଅଗଷ୍ଟ ୧୦: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ