ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ, ଗଡ଼ିଲା ଇଆର୍‌ଏସ୍‌ଏସ୍‌ ଯାନ

ଭୁବନେଶ୍ୱର: ଦୈତନଗରୀରେ ଗଡ଼ିଲା ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ ।ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆହୁରି ସଶକ୍ତ ହେବ ଗୃହ ବିଭାଗ। ପୋଲିସ ବିଭାଗ ୧୦ ହଜାର ପଦବୀ ପୂରଣ ହେବ। ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ । ପୋଲିସର ଶକ୍ତି ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ। ଅତ୍ୟାଧୁନୀକ ଜ୍ଞାନ କୌଶଳକୁ ପୋଲିସ ବିଭାଗରେ ବ୍ୟବହାର କରାଯିବ। ଏହି ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଫ ଏବଂ କଟକ-ଭୁବନେଶ୍ବର ଡିସିପି, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନା ଅନୁଯାଇ, କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୁଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ୍ୱ ସହାୟତା ଯୋଗାଇବେ ।ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ତଥା ଡାଏଲ ୧୧୨କୁ ତ୍ୱରାନ୍ୱିତ କରାଇବା ପାଇଁ ଏସବୁ ଯାନ ସହାୟକ ହେବ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ