ଉପନିର୍ବାଚନରେ ହିଂସାକାଣ୍ଡ ଆଶଙ୍କା : ତୁରନ୍ତ ପଦକ୍ଷେପ ନିଅନ୍ତୁ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ନା କେବଳ ସରକାରୀ କଳର ଦୁରୁପଯୋଗ କରି ନାହିଁ ବରଂ ଅପରାଧୀଙ୍କୁ ଆଣି ନିର୍ବାଚନ କାମରେ ଲଗାଇଛି । ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତରେ ଛତିଶଗଡ ଗୁଣ୍ଡା, ଅପରାଧୀ ଭରିଗଲେଣି । ଏପରି ଅଭିଯୋଗ ଆଣି ଶାସକ ବିଜେପିକୁ ନିଶାନା କରିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ।
ଡ଼ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ବିଜେପି ସବୁ ପ୍ରକାର ବେଆଇନ କାମରେ ଲିପ୍ତ ରହିଛି । ଭୋଟରଙ୍କୁ ଡରାଇବା, ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘରେ ରେଡ୍ କରିବା, ଲୋକଙ୍କୁ ଟଙ୍କା ଓ ମଦ ବାଣ୍ଟିବା ଭଳି କାମ କରିବାକୁ ବିଜେପି ପଛାଇ ନାହିଁ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିକୁ ସହଯୋଗ କରିବା ପାଇଁ ଛତିଶଗଡର ଗୁଣ୍ଡା ମାନେ ଆସି ନୂଆପଡାରେ ଡେରା ପକାଇଛନ୍ତି । ଭୋଟ ପୂର୍ବରୁ ସେମାନେ ଅପରାଧ ଘଟାଇବା ସହ ଭୋଟରଙ୍କୁ ଭୟଭୀତ କରିପାରନ୍ତି । ନୂଆପଡାରେ ରକ୍ତପାତ ଆଶଙ୍କା ରହିଛି । ସେମାନଙ୍କୁ ମନ୍ଦ ଉଦେ୍ଦଶ୍ୟ ରଖି ବିଜେପି ନୂଆପଡ଼ା ଆଣିଛି ।
ଡ଼ ମହାନ୍ତି କହିଛନ୍ତି ଯେ, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ବିଜେପି ନିଜ ଇସାରାରେ ନଚାଉଛି । ତେଣୁ ଛତିଶଗଡ଼ର ଅପରାଧିକ ପ୍ରବୃତିର ଲୋକ ନୂଆପଡ଼ା ନିର୍ବାଚନରେ ଉତ୍ପାତ ଆରମ୍ଭ କରିବା ପାଇଁ ସଜବାଜ ହେଉଥିଲେ ସୁଦ୍ଧା ସବୁ ଜାଣି ପ୍ରଶାସନ ନୀରବ ବସିଛି ବୋଲି ଡ଼ ମହାନ୍ତି ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ସେମାନଙ୍କୁ ନୂଆପଡ଼ାରୁ ବାହାର କରନ୍ତୁ । ନୂଆପଡାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହା ଏକାନ୍ତ ଆବଶ୍ୟକ ବୋଲି ଡ଼ ମହାନ୍ତି କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ