
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ । ଧନଖଡ ତାଙ୍କ ଇସ୍ତଫା ପଛରେ ତାଙ୍କ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ, ବିରୋଧୀ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ଉପରେ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ । କାରଣ ତାଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ରହିଛି । ସେ ମୋ ପରିବାରକୁ ବହୁତ ଭଲ ଭାବରେ ଜାଣିଥିଲେ । ଏପରିକି ତାଙ୍କର ମୋ ବାପାଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ଥିଲା।
ସିବଲ କହିଛନ୍ତି ଯେ ମୁଁ ସର୍ବଦା ତାଙ୍କୁ ସମ୍ମାନ କରେ । ସେ ମଧ୍ୟ ମୋତେ ସବୁବେଳେ ସମ୍ମାନ କରନ୍ତି। ମୁଁ ଦୁଃଖିତ ଏବଂ ମୁଁ ଆଶା କରୁଛି ଯେ ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘଜୀବି ହୁଅନ୍ତୁ। ମୁଁ ତାଙ୍କ ସୁସ୍ଥତା କାମନା କରୁଛି।