ଉପରାଷ୍ଟ୍ରପତି ନିର୍ବାଚନ:କାହାର ହେବ ବିଜେଡି?

ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ କିନ୍ତୁ ନିର୍ବାଚନକୁ ନେଇ ନବୀନ କିନ୍ତୁ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ତେଣୁ ଚର୍ଚ୍ଚା ବଢୁଛି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାର ହେବ ବିଜେଡି? ଉପରାଷ୍ଟ୍ରପତି ନିର୍ବାଚନକୁ ଏବେ ମାତ୍ର ୫ଟା ଦିନ ବାକି ଅଛି । ହେଲେ ଏଯାଏଁ ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି । ଦଳର ଅନ୍ୟନେତାମାନେ ମଧ୍ୟ ଏ ପ୍ରସଙ୍ଗରୁ ପୂରାପୂରି ଚୁପ୍ । ସମସ୍ତଙ୍କର ଗୋଟିଏ ଉତ୍ତର, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ସେଇଆ ହିଁ ହେବ । ତେଣୁ ଏବେ ନବୀନ ଏହି ୪ରୁ ୫ ଦିନ ଭିତରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।ଚର୍ଚ୍ଚା ହେଉଛି ନବୀନଙ୍କ ପାଇଁ ନିଷ୍ପତ୍ତି ନେବା ଏଥର ସହଜ ହେବନି । ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନ ବିଜେପିକୁ ସମର୍ଥନ ଦେଇଛନ୍ତି । ହେଲେ ଏବେ କିନ୍ତୁ ବିଜେପିକୁ ସମର୍ଥନ ଦେବା ଦଳ ପାଇଁ ଅସୁବିଧାର କାରଣ ହେଇପାରେ । କାହିଁକି ନା ବିଜେପି ହିଁ ହେଉଛି ସେହି ଦଳ, ଯିଏ ନବୀନ ସରକାରକୁ ସତ୍ତାରୁ ହଟେଇ, ଏବେ ଶାସନ ଅକ୍ତିଆର କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ର ମୋଦୀଙ୍କ ସହିତ ନବୀନଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ନବୀନ ଯେତେବେଳେ ଅସୁସ୍ଥ ହେଲେ, ସେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ତେଣୁ ସବୁଆଡୁ ବୁଝି ବିଚାରି ନବୀନ ଶେଷରେ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।ଓ୍ୱାକଫ୍ ବିଲକୁ ନେଇ ବିଜେଡି ଦଳ ଭିତରେ କନ୍ଦଳ ଦେଖିବାକୁ ମିଳିଥିଲା । କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବାବେଳେ, କିଛି ଏହାକୁ ବିରୋଧ କରିଥିଲେ । ତେଣୁ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ସାଂସଦମାନେ କାହାକୁ ସମର୍ଥନ ଦେବେ, ତାହା ସବୁଠୁ ଦେଖିବାର କଥା ।

  • Related Posts

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…

    Continue reading
    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର