ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲା ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର, ୧୧/୦୯: ଶ୍ରୀଜଗନ୍ନାଥ କ୍ଷେତ୍ର ଭାବେ ପରିଚିତ ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ ରହିଛି । ଅନେକ ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହିତ ପୁରୀ ସହରକୁ କିଭଳି ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳାଯାଇ ପାରିବ ସେଠି ନେଇ ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେଯେ ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ସହର ସାରା ବିଶ୍ବରେ ପରିଚିତ। ଏହି ସ୍ଥାନକୁ ଆସିବା ପାଇଁ ଅନେକ ରାଜ୍ୟ ତଥା ଦେଶବାସୀଙ୍କ ସ୍ବପ୍ନ ରହି ଆସିଛି । ତେଣୁ ପୁରୀ ସହରକୁ ସବୁ ଦୃଷ୍ଟିରୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସରକରୀ ଓ ସାଧାରଣ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ତେଣୁ ପୁରୀ ସହର ତଥା ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ଵରିତ ବେଗରେ ଆଗେଇ ନେବା ପାଇଁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥଲେ ।

ସେହିପରି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସମୟରେ ଅନେକ ସମସ୍ୟା ଆସିଥାଏ, ତେବେ ଦୃଢ ଇଚ୍ଛାଶକ୍ତି ଓ ସଠିକ ଯୋଜନା ଦ୍ବାରା ସଫଳତା ଆସିଥାଏ । ତେଣୁ ଯୋଜନାବଦ୍ଧ ଭାବେ ପୁରୀ ସହରର ବିକାଶ ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ଵିକ ବିକାଶ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳମର ନିର୍ମାଣ ସମ୍ପର୍କିତ ଜମି ଅଧିଗ୍ରହଣ, ସେବାୟତ ହାଉସିଙ୍ଗ ପ୍ରକଳ୍ପ, ବିଶ୍ବସ୍ତରୀୟ ରଘୁନନ୍ଦନ ପାଠାଗାର ଓ ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର ନିର୍ମାଣ , ପୁରୁଣା ପୋଲିସ ଷ୍ଟେସନ ଠାରେ ଭକ୍ତ ନିବାସ ନିର୍ମାଣ, ଅଠରନଳାର ବିକାଶ ସହ ପୁରୀ ସହରର ବିଭିନ୍ନ ଉନ୍ନତି କରଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିସହିତ ନୂତନ ଭିତ୍ତିଭୂମି ନିର୍ମାଣ ସମୟରେ ଓଡ଼ିଶାର ବାସ୍ତୁକଳାକୁ ଉପଯୋଗ କରିବା, ବିପଦସଙ୍କୁଳ ତଥା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ଭାଙ୍ଗିବା, ଭିତ୍ତିଭୂମି ଗୁଡିକରେ ଅତ୍ୟାଧୁନିକ ଉପକରଣର ବ୍ୟବହାର ଏବଂ ନିର୍ମାଣ ସମାରେ ଜାତୀୟ ଐତିହ ପ୍ରାଧିକରଣ ମାଗଦର୍ଶୀକାର ଅନୁପାଳନ ଓ ପୁରୀ କୋଣାର୍କ ଉନ୍ନୟନକର୍ତ୍ତୃପକ୍ଷଙ୍କ ଅନୁମୋଦନ ନେବା ଉପରେ ଆଲୋଚନ ହୋଇଥିଲା I

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ପୁରୀ ଜିଲପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଓବିସିସି ପରିଚାଳନା ନିର୍ଦେଶକ ଶ୍ରୀ ସମୀର ହୋତା, ଇଆଇସି (ସିଭିଲ) ଶ୍ରୀ ସତ୍ୟବ୍ରତ ବେହେରା, ପୂର୍ତ୍ତବିଭାଗ ଉପଦେଷ୍ଠା ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ