ନୂଆଦିଲ୍ଲୀ,08।09:ମଙ୍ଗଳବାର ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁଯାଉଛି,ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ଅଧିକ। ହେଲେ ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ବିଜୟ ଏକପାଖିଆ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି। ଖାସ ଏହି କାରଣ ପାଇଁ ଏନଡିଏ ପକ୍ଷରୁ ମେଣ୍ଟର ପ୍ରତିଟି ଭୋଟକୁ ଟ୍ରାକ କରାଯାଉଛି। ଗୋଟିଏ ହେଲେ ବି ଭୋଟ ମେଣ୍ଟ ହରାଇବାକୁ ଚାହୁଁନାହିଁ। ଉପ ରାଷ୍ଟ୍ରପତିଙ୍କୁ ସଂସଦର ସଦସ୍ୟମାନେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ। ତଥାପି ଦେଶରେ ହେଉଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଦଳ କଥାରେ ଭୋଟ ଦିଅନ୍ତି। ନିର୍ବାଚନରେ କ୍ରସ ଭୋଟିଂ ମଧ୍ୟ ହୋଇଥାଏ। ପୂର୍ବରୁ ଅନେକ ଥର ଏହା ଦେଖିବାକୁ ମିଳିଛି। ଏନଡିରେ ନରହି ମଧ୍ୟ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସ୍ ଆର କଂଗ୍ରେସ ଓ ବିଆରଏସ୍ ସାଂସଦମାନେ ବିଜେପିକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ରାଜ୍ୟସଭାରେ ୨୩୯ ଓ ଲୋକସଭାରେ ୫୪୨ ଜଣ ସାଂସଦ ରହିଛନ୍ତି। ଏମାନେ ସମସ୍ତେ ଆସନ୍ତାକାଲି ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ। କିନ୍ତୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍ ଭୋଟ ଦାନରୁ ଦୂରେଇ ରହିବେ ବୋଲି ଘୋଷଣା କରିଛନ୍ତି। ତେଣୁ ଏବେ ଉଭୟ ସଦନରେ ସାଂସଦଙ୍କ ସଂଖ୍ୟା ୭୭୦କୁ ଖସି ଆସିଛି। ଏହାର ଅର୍ଥ ନିର୍ବାଚନ ଜିତିବାକୁ ୩୮୬ ସାଂସଦଙ୍କ ଭୋଟ ଦରକାର।
ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…




