ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର /ନୂଆପଡା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପରାଜୟ ଭୟରେ ଅତି ନିମ୍ନସ୍ତରକୁ ଖସିଯାଇ ପ୍ରଚାର ପ୍ରସାର କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ । ନିଜ ଚିରାଚରିତ ଢ଼ଙ୍ଗରେ ପୂର୍ବ ଅଭ୍ୟାସ ଛାଡ଼ି ନ ପାରି ଆଉ ଥରେ କୁତ୍ରିମ ବୁଦ୍ଧିମତା (ଏଆଇ) ଜ୍ଞାନକୌଶଳର ଅପବ୍ୟବହାର କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ପ୍ରକୃତ ଫଟୋ ଓ ଭିଡିଓକୁ ବଦଳାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଜେଡି ତାତ୍ସଲ୍ୟ କରିଛି । ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସରଳତାକୁ ନେଇ ବିଜେଡି ପକ୍ଷରୁ ଯେଉଁଭଳି ଉପହାସ କରାଯାଇଛି, ତାହା ଓଡ଼ିଶାର ଗଣତନ୍ତ୍ର ଓ ସାଢ଼େ ୪ କୋଟି ଜନସାଧାରଣଙ୍କୁ ଅପମାନ । ଏଭଳି ଘଟଣା ଗଣତନ୍ତ୍ରରେ ଆଦୌ ଶୋଭନୀୟ ନୁହେଁ । ଗତକାଲି ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦଳ କିପରି ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ସେ ବିଷୟରେ ବିଜେପିର ପ୍ରତିନିଧିମଣ୍ଡଳୀ ତଥ୍ୟ ଉପସ୍ଥାପନ କରିଥିଲେ । କୁତ୍ରିମ ବୁଦ୍ଧିମତା (ଏଆଇ) ଜ୍ଞାନକୌଶଳର ଅପବ୍ୟବହାର କରି ବିଜେଡି କିଭଳି ଭୋଟରଙ୍କୁ ବିଭ୍ରାନ୍ତ କରୁଛି ସେବିଷୟରେ ଅବଗତ କରାଇଥିଲେ । ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ସାହୁଙ୍କ କଦର୍ଥ ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଭାଇରାଲ କରିଥିôବା ନେଇ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାସତ୍ୱେ ମଧ୍ୟ ବିଜେଡିର ଚେତା ପଶିଲାନାହିଁ । ଭଉୟ ଘଟଣାରେ କୁତ୍ରିମ ବୁଦ୍ଧିମତାର ଦୁରୁପଯୋଗ କରାଯାଇଥିବା ନେଇ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ କମିଶନରେଟ ମୁଖ୍ୟ କାର୍ଯ୍ୟାଳୟରେ ସାଇବର ଏସିପିଙ୍କୁ ଏତଲା ଦିଆଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ସାଇବର ଏସିପି ଏତଲା ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ ହୋଇଥିବା ଓ ମାମଲା ନଂ.୨୦୮/୯ ।୧୧ ।୨୦୨୫ ଓ ୨୦୯/୯ ।୧୧ ।୨୦୨୫ ପଞ୍ଜୀକରଣ ହୋଇଥିବା କହିଛନ୍ତି । ଏଥିସହ ଦୋଷୀଙ୍କ ବିରୋଧରେ ସାଇବର ଆଇନ ଅନୁସାରେ ବିହୀତ ଓ ଦୃଷ୍ଟ୍ରାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଚଳଚ୍ଚିତ୍ର ତାରକା ତଥା ବିଜେପି ନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ