ଏଣିକି ଘରୁ କାମ କରିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ:କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍‌କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍‌ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ସହରର ଜଳବାୟୁ ବିଷାକ୍ତ ହୋଇଥିବାର ଦେଖି ଦିଲ୍ଲୀ ସରକାର ବର୍ତ୍ତମାନ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ ଅଫିସଗୁଡିକରେ ଓ୍ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ୫୦% କର୍ମଚାରୀ ଘରୁ କାମ କରିବେ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ