ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ୟ୍ୟନ୍ତ ସେହି କ୍ଲାସ୍‌ରେ ରହିବେ

ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ୟ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ପାସ୍ ହେଲା ପରେ ସେ ଉପରସ୍ତ ଶ୍ରେଣୀକୁ ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି।
ବିଗତ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପାସ୍ ଫେଲ୍ ନଥିଲା। ଫଳରେ ପିଲା କଣ ଶିଖିଲେ ତାହା ଜଣା ପଡୁ ନଥିଲା। ମାତ୍ର ‌ଏବେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ପାସ୍ ଫେଲ୍ ଲାଗୁପରେ ପିଲାର ଷ୍ଟାଣ୍ଡାର୍ଡ ଜଣାପଡିବ ।ଏହା ସହିତ ଶିକ୍ଷକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ଅପିଲ୍ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା କରନ୍ତୁ ନାହିଁ। ପିଲା ଯେପରି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସରକାର ଏସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ