ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

ଭୁବନେଶ୍ଵର: ଆଉ କେଇଟା ଦିନ ପରେ ଶାରଦୀୟ ଦୁର୍ଗା ପୂଜା। ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତ। ତେବେ ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି । ଲୋକଙ୍କ ଉପରକୁ ପଡିବନି ଲେଜର ଲାଇଟ। ଭୁବନେଶ୍ବର କମିଶନରଙ୍କ ଅଧକ୍ଷତାରେ ଭୁବନେଶ୍ବର ୟୁପିଡିରେ ହେବାକୁ ଥିବା ୧୯୦ ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଭସାଣ ବେଳେ ଦେଖାଯାଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଦୁର୍ଗାପୁଜା କମିଟିର କର୍ମକର୍ତ୍ତା ମାନେ ପୋଲିସ କମିଶନ ଙ୍କ ବୃଷ୍ଟି ଆକର୍ଷଣ କରିଛନ୍ତି ।ଏହା ସହିତ ଭୁବନେଶ୍ବର ୟୁପିଡିରେ ଫୁଟିବନି ବାଣ । କେବଳ ରାବଣ ପୋଡିରେ ନିର୍ଦ୍ଧିଷ୍ଟ ଡେସିବେଲର ଆତସବାଜିକୁ ଅନୁମତି ଦିଆଯିବ। ମେଢ ଗୁଡିକରେ ଲାଗିବନି ଲେଜର ଲାଇଟ । ଅନେକ ସମୟରେ ଲୋକଙ୍କ ଆଖିରେ ପଡୁଥିବା ଲେଜର ଲାଇଟ ଯୋଗୁ ଆଖି ହରାଇଛନ୍ତି ସାଧାରଣ ଲୋକେ । ସେହିପରି ଝାରପଡା ମଣ୍ଡପରେ ଏଥର ପୁଜା ପାଇବେନି ମାଆ ଦୁର୍ଗା । ଦୁଇ ଗୋଷ୍ଠୀ କନ୍ଦଳ ଯୋଗୁ ଦୁଇ ପକ୍ଷକୁ ଅନ୍ୟତ୍ର ଭିନ୍ନ ଭିନ୍ନ ସ୍ଥାନରେ ପୁଜା କରିବା ପାଇଁ ଅନୁମତି ଦିଆଯାଇଛି ।କମିଟି ସଦସ୍ୟଙ୍କ ଅଭିଯୋଗ ବର୍ଷା ଯୋଗୁ ପ୍ରାୟ ମଣ୍ଡପ ସାମ୍ନା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଛି। ମଣ୍ଡପ ନିକଟରେ ଥିବା ବଡ ବଡ ଗଛ କଟାଯାଉ । ତୋରଣ ପାଇଁ ମଣ୍ଡପ ନିକଟରେ ଯାଇଥିବା ବିଦ୍ୟୁତ ତାର କାଢିବାର ବ୍ୟବସ୍ଥା କରାଯାଉ । ପ୍ରତି ମଣ୍ଡପରେ ଗତବର୍ଷ ଭଳି ସିସିଟିଭି ଲାଗିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯିବ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଟ୍ରାଫିକ ଡିସିପି ।

ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ ପୋଲିସ ପୁଜା ସମୟରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଆଜିର ପ୍ରଥମ ଦୁର୍ଗାପୁଜା ପ୍ରସ୍ତୁତି ବୈଠକରେ ଭୁବନେଶ୍ବର ଡିସିପି , ବିଭିନ୍ନ ବିଭାଗର ଅଧିକାରୀ ଓ ପୂଜା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ