ଏଥର ଧନୁଯାତ୍ରାରେ ନୂଆ କଂସ

ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। ଆଉ ବୈଠକରେ ସର୍ବସମ୍ମତିକ୍ରମେ ନିଆଗଲା ବଡ଼ ନିଷ୍ପତ୍ତି। ହୃଷିକେଷ ଭୋଇ ହେବେନି ମହାରାଜ କଂସ। ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଜଣେ ନୂଆ କଳାକାର।
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇ ଜଣେ ସରକାରୀ କର୍ମଚାରୀ। ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ୟ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ ଏନେଇ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କାରଣ ମହାପ୍ରୟାଣ ଗାଡ଼ିରେ ଶବ ନେବା ପାଇଁ କୌଣସି ଦେୟ ଦେବାକୁ ପଡ଼େ ନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେ ଦୋଷମୁକ୍ତ ହୋଇ ନଥିବାରୁ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେଲେ, ତାହା ବରଗଡ଼ ଧନୁଯାତ୍ରାର ମର୍ୟ୍ୟାଦା ଓ ଗାରିମାକୁ ନ୍ୟୁନ କରିବ ବୋଲି ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ପକ୍ଷରୁ କୁହାଯାଇଥିଲା। ଏହା ସହିତ ହୃଷିକେଶଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ନଦେବାକୁ ସେମାନେ ସୁପାରିଶ କରିଥିଲେ, ଯାହାକୁ ଧନୁଯାତ୍ରା କାର୍ୟ୍ୟକାରୀ କମିଟି ଗ୍ରହଣ କରି ନେଇଛି।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ