ଏସିଆନ ଟେବୁଲ ଟେନିସ୍‌ ଚମ୍ପିଆନସିପରେ କ୍ୱାର୍ଟରରୁ ବିଦା ଭାରତ

ଭୁବନେଶ୍ୱର: 28ତମ ଏସିଆନ ଟେବୁଲ ଟେନିସ ଚମ୍ପିଆନସିପରେ ନିରାଶ ଭାରତ । ରବିବାର ଭାରତୀୟ ପୁରୁଷ ଦଳ ହଂକଂ ଠାରୁ 3-0ରେ ପରାଜିତ ହୋଇଛି । ଏଥିସହ ଭାରତର ପଦକ ଆଶା ଧୂଳିସାତ ହୋଇଛି ।ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ହଂକଂ ଏସିଆନ ଟେବୁଲ ଟେନିସ ଚମ୍ପିଆନସିପ ମ୍ୟାଚ ସମ୍ପୂର୍ଣ୍ଣ ଏକତରଫା ରହିଥିଲା । ପ୍ରଥମ ମ୍ୟାଚରେ ହଂକଂ ଖେଳାଳି ୱଙ୍ଗ ଚୁଙ୍ଗ ତିଙ୍ଗଙ୍କ ସହ ଭାରତର ମନୁଷ ଶାହା ଫାଇଟ କରିଥିଲେ । ପ୍ରଥମ ଦୁଇଟି ଗେମରେ ଶାହା ଯଥାକ୍ରମେ 11-5, 11-9ରେ ପଛୁଆ ରହିବା ପରେ ଅନ୍ତିମ ଗେମରେ ପ୍ରତ୍ୟାବର୍ତ୍ତନ ନେଇ ସଂଘର୍ଷ କରି 13-11ରେ ହାର ମାନିଥିଲେ । ଅନ୍ୟପଟେ ଭାରତର ଟପ ସିଡ୍ ମାନବ ଠକ୍କର ଓ ଚାନ ବାଲ୍ଡଓ୍ବନଙ୍କ ମଧ୍ୟରେ କଡା ଫାଇଟ ହୋଇଥିଲା । ଶେଷରେ ଚାନ 11-8, 11-8, 10-12, 9-11ଓ 9-11ରେ ଠକ୍କରଙ୍କୁ ହରାଇଥିଲେ ।ସେହିପରି ତୃତୀୟ ମ୍ୟାଚରେ ଲମା ସିଉ ହାଙ୍ଗକୁ ଜବରଦସ୍ତ ଟକ୍କର ଦେଇଥିଲେ ଅଙ୍କୁର ଭଟ୍ଟାଚାର୍ଜୀ । ହେଲେ 7-11, 11-9, 12.14 ପଏଣ୍ଟରେ ଆଗୁଆ ରହି ଚତୁର୍ଥ ସେଟକୁ ସହଜରେ ହଂକଂ ଖେଳାଳି ଜିତି ନେଇଥିଲେ । ପଞ୍ଚମ ସେଟ ପାଇଁ ଦମଦାର ଟକ୍କର ଦେଇଥିଲେ ମଧ୍ୟ ହଂକଂ ର ଖେଳାଳି 11-7 ରେ ଗେମକୁ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ଭାରତ ପୁରୁଷ ଦଳକୁ କ୍ୱାର୍ଟରରୁ ବିଦା ହେବାକୁ ପଡିଛି ।ଅନ୍ୟପଟେ ମହିଳା ବିଭାଗରେ ମଧ୍ୟ ଭାରତ କ୍ୱାର୍ଟର ଫାଇନାଲ ଖେଳିବ । ଥାଇଲାଣ୍ଡ୍- ଚାଇନିଜ ତାଇପେ ଏବଂ ମାଲେସିଆ- ସିଙ୍ଗଲପୁର ଖେଳିବେ ଫାଷ୍ଟ ଡିଭିଜନର ସେମିଫାଇନାଲ । ଫାଇନାଲରେ ବିଜେତାକୁ ଭାରତ କ୍ୱାର୍ଟରରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ