ଏସିଆ କପ୍‌ : ଚଳିତମାସ ୩ୟ ସପ୍ତାହରେ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ପାଇଁ ଭାରତୀୟ ଦଳର ଘୋଷଣା ଚଳିତମାସ ୩ୟ ସପ୍ତାହରେ ହେବ। ଏହି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କ ପରି ଯୁବ ବ୍ୟାଟ୍‌ସମ୍ୟାନଙ୍କୁ ସୁଯୋଗ ମିଳିପାରେ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଏକ ବର୍ଷରୁ ଅଧିକ ସମୟ ହେଲା ଯଶସ୍ବୀ ଓ ଗିଲ୍‌ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଖେଳିନାହାନ୍ତି। ଗତବର୍ଷ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଦୁହେଁ ଭାରତ ପାଇଁ ସେମାନଙ୍କ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିଲେ। ଏସିଆ କପ୍‌ ସେପ୍ଟେମ୍ବର ୮ରୁ ୟୁଏଇର ଦୁଇ ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହାର ଖେଳସୂଚୀ ଘୋଷଣା ହୋଇସାରିଛି।
ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଉଭୟ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ ମାସାଧିକ ସମୟ ବିଶ୍ରାମ ପାଇଥିବାରୁ ଉଭୟଙ୍କୁ ଏସିଆ କପ୍‌ ଦଳରେ ସ୍ଥାନ ଦେବାକୁ ମନୋନୟନ କମିଟି ନିଷ୍ପତ୍ତି ନେଇଛି ବୋଲି ଉକ୍ତ ସୂତ୍ରରୁ ପ୍ରକାଶ। ଏସିଆ କପ୍‌ର ଫାଇନାଲ ମ୍ୟାଚ୍‌ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହାର ୪ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ​‌େ​‌ର ଭାରତ ଘରୋଇ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ ଅହମ୍ମଦାବାଦରେ ଆରମ୍ଭ ହେବ। ତେଣୁ ଭାରତୀୟ ଟେଷ୍ଟ ଦଳର ବିଶେଷଜ୍ଞଙ୍କୁ ଏସିଆ କପ୍‌ରେ ଖେଳାଯିବ କି ନାହିଁ; ତାହାକୁ ନେଇ ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି ବିଚାର କରୁଛି। ତେବେ ଏସିଆ କପ୍‌ରେ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିବା ନିଶ୍ଚିତ ବୋଲି ଜଣାପଡ଼ିଛି।

  • Related Posts

    ଭାରତୀୟ ହକି ଦଳରେ ଓଡ଼ିଶାରୁ ୩

    ଭୁବନେଶ୍ବର: ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ‌ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବଭାର ପୂର୍ବପରି ହର୍ମନପ୍ରୀତ…

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଲଣ୍ଡନର ଦ ଓଭାଲରେ ଖେଳା ଯାଇଥିବା ଭାରତ ଓ ଇଂଲଣ୍ଡ ଟେଷ୍ଟର ଅନ୍ତିମ ଦିନରେ ଦେଖିବାକୁ ମିଳିଛି ଭରପୂର ରୋମାଞ୍ଚ। ଇଂଲଣ୍ଡ ମାଟିରେ ସିଂହ ଭଳି ଋଣହୁଙ୍କାର ଦେଇ ଭାରତୀୟ ବୋଲର ଘରୋଇ ଟିମ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି। ଶେଷ…

    Leave a Reply

    Your email address will not be published. Required fields are marked *

    You Missed

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ