ଓକିଲଙ୍କୁ ଏସିଡ୍‌ ମାଡ଼ ଘଟଣା, ୨ ଗିରଫ

ଭୁବନେଶ୍ୱର: ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ୍ ମାଡ ଘଟଣା । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର । ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । ଗଜପତି ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବର ୯ତାରିଖରେ କିଛି ଦୁର୍ବୃତ୍ତ ଆଇନଜୀବି ପି.ରାମାରାଓଙ୍କ ଘରେ ପଶି ଏସିଡ୍‌ ମାଡ଼ କରିଥିଲେ । ଆର୍ଥିକ କାରବାରକୁ ନେଇଏହି ଆକ୍ରମଣ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଆଜି ଅର୍ଥାତ ଫେବୃଆରୀ ୨ ତାରିଖରେ ୨ ଜଣ ଅଭିଯୁକ୍ତଙ୍କପ ପୋଲିସ ଗିରଫ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି । ଅନ୍ୟପଟେ ପୀଡିତ ଆଇନଜୀବୀ ଏବେ ବି ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି ।

  • Garvita Odia

    Related Posts

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ୟ୍ୟାଳୟର କାର୍ୟ୍ୟରତ କର୍ମଚାରୀ ବୁଧବାର ଦିନ ଅପରାହ୍‌ଣରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ବାଗଲପୁର ଗ୍ରାମର ବୁଢ଼ୀ ମା’ ମଙ୍ଗଳା ଟ୍ରଷ୍ଟ ରେଜିଷ୍ଟେସନ କରାଇ ଦେବାକୁ ଲାଞ୍ଚୁଆ ବାବୁ ୪ ହଜାର ଟଙ୍କା ଦାବି କରିଥିଲେ।…

    ବନ୍ଦ କୋଠରୀ ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ ନଳିତାପାଟିଆ ଗାଁରେ ଏକ ବନ୍ଦ କୋଠରୀ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବୁଧବାର ସକାଳୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ତାଳଚୁଆ ସାମୁଦ୍ରିକ ଥାନା…

    Leave a Reply

    Your email address will not be published. Required fields are marked *

    You Missed

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା

    ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା