ଓକିଲଙ୍କୁ ଏସିଡ୍‌ ମାଡ଼ ଘଟଣା, ୨ ଗିରଫ

ଭୁବନେଶ୍ୱର: ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ୍ ମାଡ ଘଟଣା । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର । ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । ଗଜପତି ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବର ୯ତାରିଖରେ କିଛି ଦୁର୍ବୃତ୍ତ ଆଇନଜୀବି ପି.ରାମାରାଓଙ୍କ ଘରେ ପଶି ଏସିଡ୍‌ ମାଡ଼ କରିଥିଲେ । ଆର୍ଥିକ କାରବାରକୁ ନେଇଏହି ଆକ୍ରମଣ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଆଜି ଅର୍ଥାତ ଫେବୃଆରୀ ୨ ତାରିଖରେ ୨ ଜଣ ଅଭିଯୁକ୍ତଙ୍କପ ପୋଲିସ ଗିରଫ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି । ଅନ୍ୟପଟେ ପୀଡିତ ଆଇନଜୀବୀ ଏବେ ବି ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି ।

  • Related Posts

    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading
    ରାଜଧାନୀର ୩ଟି ମନ୍ଦିରରୁ ହୋଇଛି ସିରିଜ ଲୁଟ୍

    ଭୁବନେଶ୍ୱର: ମନ୍ଦିରରୁ ସୁନା ମୂର୍ତ୍ତି ନେଇଗଲେ ଡକାୟତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । କୌଣସି ଉପାନ୍ତ ଗାଁ ନୁହେଁ ରାଜଧାନୀ ଛାତି ଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏ କି ଦୁଇଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ