ଓଟର ଲୁହରୁ ଔଷଧ


ଆଖିର ଲୁହରେ ବି ଔଷଧ ତିଆରି ହୋଇପାରେ । ଏଭଳି ଏକ ବିଶେଷତ୍ୱଥିବା ଜୀବଟିଏ ହେଉଛି ଓଟ । ଗବେଷଣାରୁ ଜଣାପଡ଼ିଛି କି ଓଟର ଲୁହରେ ଯେଉଁ ରାସାୟନିକ ପଦାର୍ଥ ରହିଛି ତାହା ସାପ ବିଷକୁ ନଷ୍ଟ କରିବା ପାଇଁ ସକ୍ଷମ । ଦୁବାଇର ସେଣ୍ଟ୍ରାଲ ଭେଟେରିନାରି ରିସର୍ଚ୍ଚ ଲାବରେଟୋରି (ସିଭିଆରଏଲ୍‌)ର ଏକ ଗବେଷଣାରୁ ଏହା ଜଣାପଡ଼ିଛି କି ଓଟ ଲୁହରେ ଲାଇସୋଜାଇମ୍ସ ନାମକ ରାସାୟନିକ ପଦାର୍ଥ ରହିଛି, ଯାହା ସାପ ବିଷକୁ ପ୍ରଭାବହୀନ କରିବାରେ ସାହାଯ୍ୟ କରିବ । ଏଥିନେଇ କିଛି ବର୍ଷ ତଳୁ ବୈଜ୍ଞାନିକମାନେ ଗବେଷଣା ଆରମ୍ଭ କରିଥିଲେ । ଅବଶ୍ୟ କିଛିଦିନର ପରୀକ୍ଷଣ ସେମାନେ ଏହି ତଥ୍ୟ ଜାଣିବାକୁ ସକ୍ଷମ ହୋଇଥିଲେ ଏବଂ ଏବେ ଏହାକୁ ନେଇ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ସାପ ବିଷକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ବ୍ୟତୀତ ଏହି ଲୁହକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଇନଫେକ୍‌ସନରୁ ମଧ୍ୟ ରକ୍ଷା ପାଇହେବ । ଏଥିସହ ଗବେଷଣାରୁ ଜଣାପଡ଼ିଛି, ଏଥିରେ ବିଭିନ୍ନ ପ୍ରକାରର ପ୍ରୋଟିନ୍‌ ରହିଛି । ତେଣୁ ଏହାର ବ୍ୟବହାର କରି ଆଖିର ଚିକିତ୍ସା ବି କରିହେବ । ଆଉ ଓଟ କ୍ଷୀର ବି ବେଶ ଉପାଦେୟ । ଆଗାମୀ ଦିନରେ ଏହାର ଲୁହରୁ ପ୍ରସ୍ତୁତ ହେବ ଔଷଧ

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ