
ଭୁବନେଶ୍ୱର: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଉପାଖ୍ୟାନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ । ପିସିସି ସଭାପତି କହିଛନ୍ତି ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର । ନହେଲେ ଏଥର ରାଜ୍ୟରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୩୫-୪୦ରେ ପହଞ୍ଚିଥାନ୍ତା । ଗତ ନିର୍ବାଚନରେ ବିଜେଡି ସୁପ୍ରିମୋ ୨୦ଲୋକସଭା ସିଟ୍ କମ୍ପରମାଇଜ କରିଥିବାରୁ ବିଜେପି କେନ୍ଦ୍ରରେ ସରକାର କରିଛି । ଭୋଟ ଚୋରି ନେଇ ଗାଁ ସ୍ତରରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ । ହେଲେ ଏହି ପ୍ରସଙ୍ଗରେ ବିଜେଡି କାହିଁକି ନୀରବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । ଏହାର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେଡି ପକ୍ଷରୁ ଅମର ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ଭୋଟ ଜାଲିଆତି ହୋଇଛି । ଏହାକୁ ନ ଦେଖି ଲାଞ୍ଚନା ଆଣିବା ପିଲାଲିଆମି । ନିଜେ ବଳିୟାନ ହୁଅନ୍ତୁ, ବିଜେଡି କାନ୍ଧରେ ଲାଉ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଲେନିନ ମହାନ୍ତି ।