ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂରକୁ ନେଇ ଚର୍ଚ୍ଚା ଲାଗି ରହିଛି । କାହାର କେତେ କ୍ଷତି ହୋଇଛି ତାକୁ ନେଇ ତର୍ଜମା ହେଉଛି । ଭାରତର ରାଫେଲ୍‌ ବିମାନ ଖସାଇଥିବା ନେଇ ବାରମ୍ବାର ଦାବି କରିଆସୁଛି ପାକିସ୍ତାନ । ଏପରିକି ଭାରତର ବିରୋଧୀ ଦଳ ମଧ୍ୟ ଏହାର ଜବାବ ସରକାରଙ୍କୁ ମାଗିଛନ୍ତି । ଏହାରି ମଧ୍ୟରେ ଭାରତୀୟ ବାୟୁ ସେନା ବଡ଼ ଖୁଲାସା କରିଛି । ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି ଭାରତୀୟ ବାୟୁ ସେନା । ଏନେଇ ଶନିବାର ବେଙ୍ଗାଲୁରୁରେ କହିଛନ୍ତି ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏପି ସିଂହ । ସେ କହିଛନ୍ତି ଯେ, ୫ଟି ଲଢ଼ୁଆ ବିମାନ ସହିତ ଏକ AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ମଧ୍ୟ ନଷ୍ଟ କରି ଦିଆଯାଇଛି । ବାୟୁ ସେନା ମୁଖ୍ୟ ଏହାର ଶ୍ରେୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400କୁ ଦେଇଛନ୍ତି । ସେ କହିଛନ୍ତି ଯେ, S-400 ଜାକୋବାବାଦ ଏୟାରବେସରେ ପାକିସ୍ତାନର F-16 ଲଢ଼ୁଆ ବିମାନକୁ ଧ୍ବଂସ କରିଛି । ବିମାନ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ, ଏକ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂରରେ ଥିବା ଏକ ବିମାନ (ଶତ୍ରୁ ବିମାନ)କୁ ନଷ୍ଟ କରିପାରିଛି । ବେଙ୍ଗାଲୁରୁରେ ଏପି ସିଂହ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ଏହି ବିଜୟରେ ରୁଷର ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଏହା ସହ ସେ ବାହାୱଲପୁରରେ ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣର ସାଟେଲାଇଟ୍ ଚିତ୍ର ଦେଖାଇ କହିଛନ୍ତି, ‘ଏଗୁଡ଼ିକ ପୂର୍ବ ଏବଂ ପର ଚିତ୍ର । ଏଠାରେ ପ୍ରାୟ କୌଣସି ଅବଶେଷ ବାକି ନାହିଁ । ଆଖପାଖର କୋଠାଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷିତ । ଆମେ କେବଳ ସାଟେଲାଇଟ୍ ଫଟୋ ପାଇନଥିଲୁ, ବରଂ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ଭିତର ଚିତ୍ର ମଧ୍ୟ ପାଇଥିଲୁ।’ ଅପରେସନ ସିନ୍ଦୂର ସମ୍ପର୍କରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ୍ ଏପି ସିଂହ କହିଛନ୍ତି, ‘ଏହା ଏକ ହାଇଟେକ୍ ଯୁଦ୍ଧ ଥିଲା । ୮୦ ରୁ ୯୦ ଘଣ୍ଟାର ଯୁଦ୍ଧରେ ଆମେ ଏତେ କ୍ଷତି ପହଞ୍ଚାଇଲୁ ଯେ, ସେମାନେ ଅନୁଭବ କରିପାରିଲେ ଯଦି ସେମାନେ ଏହାକୁ ଜାରି ରଖନ୍ତି ତେବେ ସେମାନଙ୍କୁ ଏହାର ମୂଲ୍ୟ ଆହୁରି ଅଧିକ ଦେବାକୁ ପଡ଼ିବ । ତେଣୁ ସେମାନେ ଆଗକୁ ଆସି ଆମର ଡିଜିଏମଓଙ୍କୁ ବାର୍ତ୍ତା ପଠାଇଲେ । ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଲେ । ଆମ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା।’
ଭାରତ ମେ ୭ ତାରିଖରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏହି ଅପରେସନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବିରୋଧରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ