କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ ପାଇଲ୍ ଫାଉଣ୍ଡେସନ୍ ଏବଂ ଷ୍ଟିଲ୍ ସ୍ତମ୍ଭ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ୧୧.୦୮.୨୦୨୫ ରୁ ୨୧.୦୯.୨୦୨୫ ପର୍ଯ୍ୟନ୍ତ ୪୦ ଦିନ ପାଇଁ ଡାଇଭର୍ଟ ରୁଟ୍ ମାଧ୍ୟମରେ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ।

ବାରଙ୍ଗ-କଟକ-କପିଲାସ ରୋଡ୍ ଦେଇ ନିର୍ଦ୍ଧାରିତ ପଥ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଲାସ ରୋଡ୍ ଦେଇ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣି ବାଦ୍ ଦିଆଯିବ ଏବଂ ୧୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ଯୋଗାଇ ଦିଆଯିବ।

୧୨୫୧୫ କୋଏମ୍ବାଟୁର-ସିଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ, ୨୨୬୪୩ ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ୧୨୫୦୯ ବେଙ୍ଗାଲୁରୁ-ଗୌହାଟି ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ ୧୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କଟକ ରେଳ ଷ୍ଟେସନ ପରିବର୍ତ୍ତେ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି ପ୍ରଦାନ କରାଯିବ। ଏହି ତିନୋଟି ଏକ୍ସପ୍ରେସ ଟ୍ରେନ ଡାଇଭର୍ସନ ଅବଧି ସମୟରେ ୦୨.୩୫ ଘଣ୍ଟାରେ ନରାଜ ମାର୍ଥାପୁର ଠାରେ ପହଞ୍ଚିବ ଏବଂ ୦୨.୩୭ ଘଣ୍ଟାରେ ପ୍ରସ୍ଥାନ କରିବ।

କଟକ ରେଳ ଷ୍ଟେସନ ଏହାର ଭିତ୍ତିଭୂମିର ବିକାଶ ସହ ସାମଗ୍ରିକ ଯାତ୍ରୀ ଅଭିଜ୍ଞତାକୁ ଉନ୍ନତ କରିବା ଲକ୍ଷ୍ୟରେ ଏକ ଯୁଗାନ୍ତକାରି ପରିବର୍ତ୍ତନର ଯାତ୍ରା ଆରମ୍ଭ କରିଛି। ଏହି ପୁନଃବିକାଶ ପଦକ୍ଷେପଗୁଡ଼ିକ କଟକ ଷ୍ଟେସନର ସମସାମୟିକ ଅଭିମୂଖ୍ୟ ଏବଂ କଟକକୁ ଏହି ଅଞ୍ଚଳର ଏକ ପ୍ରମୁଖ ରେଳ ହବ୍ ଭାବରେ ସ୍ଥାପନ କରିବା ଦିଗରେ ପୂର୍ବତଟ ରେଳପଥର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ