
ଭୁବନେଶ୍ୱର : ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଅସ୍ମିତାକୁ ଦିଲ୍ଲୀ ଦରବାରରେ ଶକ୍ତ ଧକ୍କା ଲାଗିଛି। ଗତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ଏଥର ଆଶ୍ଚର୍ୟ୍ୟଜନକ ଭାବେ ଓଡ଼ିଶାକୁ ସ୍ଥାନ ମିଳିନାହିଁ। ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ମୋଟ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଢ଼କୁ ଚୟନ କରାଯାଇଥିବା ବେଳେ ତାଲିକାରେ ଓଡ଼ିଶାର ନାମ ନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପରେଡ୍ ପ୍ରଦର୍ଶନ କରିବାକୁ ସୂଚୀଭୁକ୍ତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ବିହାର, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ, ଗୋଆ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ , ପଞ୍ଜାବ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ତ୍ରିପୁରା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣା ଆଦିି ରାଜ୍ୟ ସାମିଲ ଅଛନ୍ତି। ମାତ୍ର ଗତଥର ପରେଡ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଆଦିି ରାଜ୍ୟ ସାମିଲ ଅଛନ୍ତି। ମାତ୍ର ଗତଥର ପରେଡ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ପୁରସ୍କାର ହାସଲ କରିଥିବା ଓଡ଼ିଶାକୁ ସ୍ଥାନ ନ ମିଳିବା ରାଜ୍ୟବାସୀଙ୍କୁ ନିରାଶ କରିଛି।



