‘ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ’

ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।
ବିଜୁ ଜନତା ଦଳର ଉପ ସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, “ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶା ରାଜନୀତିର ମହାନାୟକ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟ ଦେଇଛନ୍ତି, ତାହା କେବଳ ଓଡ଼ିଶାବାସୀଙ୍କ ହୃଦୟକୁ ଆଘାତ ଦେଇ ନାହିଁ ବରଂ ଭାରତୀୟ ରାଜନୀତିର ଇତିହାସ ଓ ଗୌରବକୁ ମଧ୍ୟ କଳଙ୍କିତ କରିଛି । ଦୁବେ କହିଛନ୍ତି, ୧୯୬୨ ଚୀନ ଯୁଦ୍ଧ ସମୟରେ ବିଜୁ ବାବୁ ନେହେରୁଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକା ଓ ସିଆଇଏ (ଉଓଇ) ମଧ୍ୟରେ ‘ଲିଙ୍କ’ ଥିଲେ । ଦୁବେଙ୍କ ଅନୁଯାୟୀ ଚାର୍ବାଟିଆ ଏୟାରବେସ ଯୁଦ୍ଧ ବିମାନ ପାଇଁ ବ୍ୟବହୃତ ହୋଇଥିଲା । ବିଜୁ ବାବୁ ଏଥିରେ ଜଡ଼ିତ ଥିଲେ । ଏହି ମନ୍ତବ୍ୟ କେବଳ ଐତିହାସିକ ତଥ୍ୟର ବିକୃତି ନୁହେଁ ବରଂ ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ ।’
ସଞ୍ଜୟ କୁମାର ଦାସବର୍ମା ଆହୁରି କହିଛନ୍ତି, ‘ବିଜୁ ପଟ୍ଟନାୟକଙ୍କ ଜୀବନ ଓ କର୍ମକୁ ବୁଝିନଥିବା ନିଶିକାନ୍ତ ଦୁବେ ପ୍ରଥମେ ବିଜୁ ବାବୁଙ୍କ ବ୍ୟକ୍ତିତ୍ବକୁ ଜାଣିବା ଜରୁରୀ । ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁ ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଖାଲି ରାଜନେତା ନ ଥିଲେ, ଥିଲେ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପାଇଲଟ ଏବଂ ପ୍ରତିଷ୍ଠିତ ଶିଳ୍ପପତି । ଭାରତ ଛାଡ ଆନ୍ଦୋଳନ ସମୟରେ ସେ ବିମାନରୁ ଲିଫଲେଟ ବାଣ୍ଟି ଥିଲେ । ସ୍ୱାଧୀନତା ଯୋଦ୍ଧାମାନଙ୍କୁ ଗୋପନୀୟ ଭାବେ ସ୍ଥାନାନ୍ତରିତ କରୁଥିଲେ । କିନ୍ତୁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସାହାଯ୍ୟ । ୧୯୪୭ ମସିହାରେ ନେହେରୁଙ୍କ ନିର୍ଦ୍ଦେଶରେ ବିଜୁ ବାବୁ ଡାକୋଟା ବିମାନରେ ଇଣ୍ଡୋନେସିଆର ନେତା ସାହରିୟାର ଓ ଅନ୍ୟ ନେତାମାନଙ୍କୁ ଡଚ ଉପନିବେଶବାଦୀଙ୍କ କବଳରୁ ଉଦ୍ଧାର କରି ଭାରତ ଆଣିଥିଲେ । ଏହି ସାହସିକ କାର୍ୟ୍ୟ ପାଇଁ ଇଣ୍ଡୋନେସିଆ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରିଛି । ଯାହା ବିଦେଶୀଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ସେ ଥିଲେ ‘ଝଡର ଇଗଲ’ । ଜଣେ ସାହସୀ ପାଇଲଟ ଯିଏ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତର ଗୌରବ ବଢ଼ାଇଥିଲେ ।’

  • Related Posts

    ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ:ବିଜୟ ମହାପାତ୍ର

    ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି…

    Continue reading
    ‘ ବିଜୁ ବାବୁଙ୍କ ବିଷୟରେ କୌଣସି ବିବାଦୀୟ ମନ୍ତବ୍ୟ ଗ୍ରହଣ କରାଯିବ ନାହିଁ’

    ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ