ଓଡ଼ିଶାର ଲୋକେ ସବୁ ଦେଖୁଛନ୍ତି: ନବୀନ

ଭୁବନେଶ୍ବର: ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀଙ୍କ ପାଇଁ ଭୋଟ କିଣିବା ଉଦ୍ଦେଶ୍ୟରେ ଚାରି ଜଣ ବ୍ୟକ୍ତି ବେଙ୍ଗାଲୁରୁରେ ବିଧାୟକଙ୍କୁ ବ୍ଲାଙ୍କ ଚେକ୍ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଧରାପଡ଼ିଥିବା ଖବର ମିଳିଛି। ମୁଁ ଗତ କିଛି ଦିନ ଧରି ଲଗାତାର ଭାବେ କହି ଆସୁଥିଲି ଯେ ଓଡ଼ିଶାର ଅନ୍ୟ ଦଳର ବିଧାୟକଙ୍କୁ ନିଜ ସପକ୍ଷକୁ ନେବାକୁ ଘୋଡ଼ା ବେପାର ଭଳି କାର୍ୟ୍ୟରେ ବିଜେପି ଲିପ୍ତ ରହିଛି। ବେଙ୍ଗାଲୁରୁରେ ହୋଇଥିବା ଏହି ଗିରଫଦାରୀ ଏହାର ବଡ଼ ପ୍ରମାଣ। ଓଡ଼ିଶାର ଲୋକେ ସବୁ ଦେଖୁଛନ୍ତି ଏବଂ ଏହାକୁ ନିଶ୍ଚୟ ମନେ ରଖିବେ।

କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ୮ ଜଣ ବିଧାୟକଙ୍କୁ ପିସିସି ସଭାପତି ବେଙ୍ଗାଲୁରୁ ନେଇଥିଲେ। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଘ କରିଛି। ଏହି ଅଭିଯୋଗ ଭିତ୍ତିରେ ଚାରିଜଣଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଛି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି, ଆମର ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଲେଖାଏଁ ଅଫର୍ କରାଯାଇଛି। ଓଡ଼ିଶାରୁ ୪ ଜଣ ଶନିବାର ରାତିରୁ ଆସି ବିଧାୟକ ରହୁଥିବା ହୋଟେଲରେ ଥିଲେ। ସେମାନେ ଆମ ବିଧାୟକଙ୍କ ପଛପଛେ ବୁଲିବା ସହ ଆଜି ସକାଳେ ଲିଫ୍ଟରେ ଏକାଠି ଯିବାବେଳେ ଏବଂ ଜଳଖିଆ କରିବାବେଳେ ଟଙ୍କା ଅଫର୍ କରିଛନ୍ତି। ‌ଦିଲୀପ ରାୟଙ୍କୁ ଭୋଟ୍ ନଦେଲେ ଓଡ଼ିଶା ଗଲେ ଅପହରଣ କରାଯିବ ବୋଲି ଧମକ ଦେଇଛନ୍ତି। ଆମେ ପୁଲିସକୁ ଅଭିଯୋଗ କରିବା ପରେ ପଚରାଉଚରାରୁ ଜଣାପଡ଼ିଛି ଯେ ସେମାନେ ରାଉରକେଲା ଓ ଢେଙ୍କାନାଳରୁ ଆସିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ