ଭୁବନେଶ୍ୱର, ୦୩/୦୯: ଆଜି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ଅମିତ ନାରଙ୍ଗ ଓ ଗ୍ଲୋରିଆ ଗାଙ୍ଗଟେ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ସେବା ଅଧିକାରୀମାନଙ୍କୁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ କହିଲେ ଯେ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ସୁଦୀର୍ଘ ଉପକୂଳ, ଗଭୀର ବନ୍ଦର ସହ ଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି । ଓଡ଼ିଶାର ଶିଳ୍ପନୀତି ସଂକଳ୍ପ-୨୦୨୨ ମାଧ୍ୟମରେ ନୀତିଗତ ନିଷ୍ପତ୍ତି ଗ୍ରହଣରେ ତ୍ୱରାନ୍ୱିତ ପ୍ରକ୍ରିୟା, ପ୍ରଭାବଶାଳୀ ଏକକ ୱିଣ୍ଡୋ ସିଷ୍ଟମ୍ ବ୍ୟବସ୍ଥା ସହ ସ୍ୱଚ୍ଛ ଶାସନ ଓ ବ୍ୟବସାୟ କରିବାର ଅନୁକୂଳତା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି । ଆପଣମାନେ ଭାରତର ରାଷ୍ଟ୍ରଦୂତ ଭାବେ ବିଦେଶରେ ଏସବୁ ତଥ୍ୟ ଉପସ୍ଥାପନ କରିପାରିବେ । ଏହା ଦ୍ୱାରା ବିଦେଶୀ ନିବେଶକମାନେ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ ।
ଅନ୍ୟପକ୍ଷରେ ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଖୁବ୍ ଗୁରୁତ୍ୱାରୋପ କରାଯାଉଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ବ୍ୟାପକ ନେଟ୍ୱାର୍କ ମାଧ୍ୟମରେ ଆଇଟିଆଇ ଓ ପଲିଟେକ୍ନିକ୍ରେ ଦକ୍ଷତା ବିକାଶ କ୍ଷେତ୍ରରେ ବେଶ୍ ଅଗ୍ରଗତି କରିଛି । ଆଇଟିଇ ସିଙ୍ଗାପୁର ସହ ସହଭାଗିତା ଦ୍ୱାରା ସର୍ବାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପ୍ରଦାନକୁ ବ୍ୟାପକ କରାଯାଇଛି । ଓଡ଼ିଶା ଏବେ ଏପରି କର୍ମଶକ୍ତି ସୃଷ୍ଟି କରୁଛି ଯାହା କେବଳ ନିଯୁକ୍ତିଭିତ୍ତିକ ନହୋଇ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଆହ୍ୱାନକୁ ମୁକାବିଲା କରିବାରେ ମଧ୍ୟ ସକ୍ଷମ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଶ୍ୱସ୍ତରରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିକୁ ଉପସ୍ଥାପନ କରିବାରେ ଆପଣମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତର ଅର୍ଥନୈତିକ ଦୂତ ଭାବେ ଆପଣମାନେ ଏହି କାର୍ଯ୍ୟ ସଠିକ୍ ରୂପେ ପରିଚାଳନା କରିପାରିବେ ଓ ସମ୍ଭାବ୍ୟ ନିବେଶକମାନଙ୍କୁ ଏ କ୍ଷେତ୍ରରେ ଥିବା ସୁଯୋଗର ସୁବିଧା ନେବାକୁ ପ୍ରରୋଚିତ କରିପାରିବେ । ଅନ୍ୟ ପକ୍ଷରେ ରାଜ୍ୟରୁ ବାହାରୁଥିବା ଦକ୍ଷ ମାନବସମ୍ବଳ ନିମନ୍ତେ ବିଦେଶରେ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ହୋଇପାରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ
ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…