ଚଇତ୍ର ମାସର ଓଡ଼ିଆ ଜନଜୀବନ ଓ ଲୋକକଳା ସହିତ ଗଭୀର ସମ୍ପର୍କ ରହିଛି । ପ୍ରତି ଗାଁ ଗଣ୍ଡାରେ ଶକ୍ତି ଉପାସନା କାହିଁ କେଉଁ କାଳରୁ ଓଡିଆମାନଙ୍କର ପରମ୍ପରା ରହି ଆସିଛି । ପ୍ରତି ଗାଁ ଗଣ୍ଡାରେ ଲୋକମାନେ ନିଜ ଇଷ୍ଟ ଦେବୀଙ୍କୁ ନିର୍ଦ୍ଧିଷ୍ଟ ତିଥିରେ ପୂଜା କରୁଥିଲେ ମଧ୍ୟ ଚଇତ୍ର ମାସ ବିଶେଷ ଭାବେ ଗୁରତ୍ୱ ରଖେ କାରଣ ଏହି ମାସରେ ଚଇତି ଘୋଡା ନାଚ ପ୍ରାୟତଃ ଅଧିକାଂଶ ଉପକୂଳ ଜିଲ୍ଲାରେ ଅନୁଷ୍ଠିତ ହୋଇଥାଏ । ଚୈତ୍ର ମାସରେ ଅଶ୍ୱମୁଖୀ ବାଶେଳୀ ଠାକୁରାଣୀ ନାମରେ କୈବର୍ତ୍ତମାନେ ଗାଁ ଗାଁ ରେ ଘୋଡା ନାଚ ଦେଖାନ୍ତି । ଏହି ନାଚ ଅତ୍ୟନ୍ତ ମନୋରମ ହୋଇଥାଏ । କିମ୍ବଦନ୍ତୀ କୁହେ ଶ୍ରୀରାମଚନ୍ଦ୍ର ବନବାସକୁ ଗଲାବେଳେ ବାଟରେ ସରଜୁ ନଦୀ ପଡିଲା । ଦାସ ରାଜା ନାମରେ ଜଣେ କେଉଟ ଡଙ୍ଗାରେ ବସାଇ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତାଙ୍କୁ ନଦୀ ପାର କରାଇ ଦେଇଥିଲେ । ଶ୍ରୀରାମ ଚନ୍ଦ୍ର ଖୁସି ହୋଇ ଦାସ ରାଜାଙ୍କୁ ଏକ ଘୋଡା ଉପହାରରେ ଦେଇଥିଲେ ସେହିଦିନରୁ ଏହି ଘଟଣାର ସ୍ମୃତି ରୂପେ କେଉଟମାନେ ଏହି ପର୍ବ ପାଳନ କରି ଆସୁଛନ୍ତି । ଏହିଦିନରେ ସେମାନେ ଗୋଟିଏ କୃତ୍ରିମ ଘୋଡାର ରୂପକରି ତାରି ଭିତରେ ଜଣେ ଲୋକକୁ ପୂରାଇ ନାଚଗୀତ କରାନ୍ତି । ଚଇତି ଘୋଡ଼ା ନାଚର ମୁଖ୍ୟ ଦେବୀ ହେଉଛନ୍ତି ‘ଦେବୀ ବାସେଳୀ’ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଥାଟ ତିଆରି କରି ତା ଉପରେ ଲୁଗା ଘୋଡ଼ାଇ ନାଚ କରନ୍ତି । ରାମଙ୍କ ଭକ୍ତିଗାନ କରି ଘୋଡ଼ା ମୁଖା ଧାରଣ କରି ନାଚ କରନ୍ତି । ଘୋଡାକୁ ନଚାଇବା ପାଇଁ ଲୋକଙ୍କୁ ରାଉତ ଓ ସ୍ତ୍ରୀ ଲୋକ ଦୁଇଜଣ ସହାୟ କରୁଥାନ୍ତି ସେମାନଙ୍କୁ ରାଉତାଣୀ କୁହାଯାଏ । ଏମାନେ ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଇ ନୃତ୍ୟ କରିଥାନ୍ତି । ଏହି ନୃତ୍ୟରେ ବୋଲା ଯାଉଥିବା ଗୀତ ଅଶ୍ୱମୁଖା ବାଶୁଳୀ ଦେବୀଙ୍କର ପ୍ରଶଂସାରେ ରଚିତ ହୋଇଥାଏ ।
ଓଡିଶାର ପ୍ରତ୍ୟେକ ଗାଁ ମୁଣ୍ଡରେ ସ୍ଥାପିତ ଦେବୀମାନଙ୍କର ନିକଟରେ ମାଟିଘୋଡା ମଧ୍ୟ ଦେଖାଯାଏ । ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ପରିବେଷିତ ହୋଇଥାଏ । ଏହି ଲୋକକଳା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ସହ ଉପକୂଳବର୍ତ୍ତୀ ଜିଲ୍ଲା କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବିଶେଷ ଭାବେ ଲୋକପ୍ରିୟ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡେ଼ାରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ହୋଇଥାଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁ ଲଗାମପରି କନାଡେ଼ାରି ବନ୍ଧା ହୋଇଥାଏ ଉକ୍ତ ଡୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢେଇଆ ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ଏହି ନୃତ୍ୟ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇ ବୈଶାଖ ମାସ ଅଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ ।
ଜିମ୍ ନ ଯାଇ ରୁହନ୍ତୁ ଫିଟ୍
ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…




