ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି । ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ । ଏହି ତିନିମହଲାବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍‌ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍‌ଡିଂ ଲିଫଫ ଦ୍ୱାରା ସଂଯୁକ୍ତ ହେବ । ମୋଟ ୯ ହଜାର ବର୍ଗଫୁଟରୁ ଊଦ୍ଧ୍ୱର୍ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଏହା ଦ୍ୱାରା ସମୁଦାୟ ରୁମ୍‌ ସଂଖ୍ୟା ୩୯କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍‌ ରହିଥିବାବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍‌ ସଂଖ୍ୟା ୫୭ ହେବ ।
ଏହି ଅତିଥି ଭବନ ପାଇଁ ଏବେ ଅନ୍‌ଲାଇନ୍‌ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ । ଏହା ଦ୍ୱାରା ଏହିସବୁ ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ । ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ ।
ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ