ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ

ଭୁବନେଶ୍ୱର,୨୫/୦୮: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଓଡ଼ିଶା ଇଲୋକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ ସମେତ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଶିଳ୍ପାୟନ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ କେତେକ ଦୂରଗାମୀ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୩ଟି ବିଭାଗର ୪ଟି ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟକୁ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ହବ୍ ଭାବେ ଗଢ଼ି ତୋଳିବା ପାଇଁ “ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ ” କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୀତି ମାଧ୍ୟମରେ ରାଜ୍ୟରେ ଏକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ୍ ସୃଷ୍ଟି କରାଯିବ, ଯାହାଦ୍ୱାରା ବ୍ୟାପକ ଉଚ୍ଚ-କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆମଦାନୀ ଉପରେ ନିର୍ଭରଶୀଳତା କମିବ । ପୁଞ୍ଜି ସବସିଡି: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ପରିଯୋଜନା ସହ ସମନ୍ୱୟ ରଖି ନିବେଶକମାନଙ୍କୁ ପ୍ରଥମ ମେଗା ପ୍ରକଳ୍ପ ପାଇଁ ୫୦% ପର୍ଯ୍ୟନ୍ତ ପୁଞ୍ଜି ସବସିଡି କିମ୍ବା ଟର୍ଣ୍ଣଓଭର-ଲିଙ୍କ୍ ପ୍ରୋତ୍ସାହନ ମଧ୍ୟରୁ ଗୋଟିକୁ ବାଛିବାର ସୁଯୋଗ ମିଳିବ ।
ମେଗା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌: ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକୁ ସ୍ୱତନ୍ତ୍ର ଭାବେ କଷ୍ଟୋମାଇଜ୍ଡ ରିହାତି ପ୍ରଦାନ କରାଯିବ । ଅନ୍ୟାନ୍ୟ ପ୍ରୋତ୍ସାହନ: ଶିଳ୍ପ ସଂସ୍ଥାମାନଙ୍କୁ ଜମି ଆବଂଟନ, ଭଡ଼ା ସହାୟତା, ୧୦ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡ଼ ଏବଂ ବିଦ୍ୟୁତ୍ ଶୁଳ୍କ ପ୍ରତିପୂତ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ, ଯାହା ପ୍ରକଳ୍ପ ନିବେଶର ୭୫% ମଧ୍ୟରେ ସୀମିତ ରହିବ । ଏହି ନୀତି କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ସମନ୍ୱିତ ହୋଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ । ସେହିପରି ଏହି ବୈଠକରେ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଲୋକସେବା ଆୟୋଗରେ ୩ଜଣଙ୍କ ନିଯୁକ୍ତିକୁ ମଧ୍ୟ ପିଛିଲା ଭାବେ ଅନୁମୋଦନ ମିଳିଛି ।

  • Related Posts

    ଆଇଏଡିଡବ୍ଲ୍ୟୁଏସ ସଫଳ ପରୀକ୍ଷଣ କଲା ଡିଆରଡିଓ

    ନୂଆଦିଲ୍ଲୀ,24/08:ଭାରତୀୟ ସେନାକୁ ମିଳିଲା ନୂଆ ଶକ୍ତି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଓ୍ବିପନ ସିଷ୍ଟମ ବା ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଆଇଏଡିଡବ୍ଲ୍ୟୁଏସ)ର ସଫଳ ପରୀକ୍ଷଣ କରାଯାଇଛି। ଶନିବାର ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ…

    Continue reading
    ଏସିଆ କପ ପୂର୍ବରୁ ସୌରଭ ଗାଙ୍ଗୁଲି ପ୍ରିଟୋରିଆ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

    ନୂଆଦିଲ୍ଲୀ,24/08: ଦକ୍ଷିଣ ଆଫ୍ରିକା ଲିଗ୍ SA20 ର ନୂତନ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପ୍ରିଟୋରିଆ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଏହି ଦଳ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ