ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର

ପୁରୀ:୧୪ ତାରିଖ ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଏହା ବ୍ୟବହାର କରାଯିବ। ୩ଟି ରତ୍ନ ପଲଙ୍କ ନିର୍ମାଣ ହୋଇଛି। ପଲଙ୍କରେ ରୂପା ଆଚ୍ଛାଦିତ କରାଯାଇଛି। ପୁରୁଣା ରତ୍ନ ପଲଙ୍କ ଶ୍ରୀମନ୍ଦିର ନିଳାଦ୍ରୀ ମ୍ୟୁଜିୟମରେ ରଖାଯିବ।

ବୁୁଧବାର ଠାରୁ ପୁଣି ରତ୍ନଭଣ୍ଡାର ଗଣତିମଣତି । ଦ୍ବିତୀୟ ପର୍ୟ୍ୟାୟ ଗଣତିମଣତି ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏସୋପି ଆଧାରରେ ଗତ ମାସ ୨୫ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଛିତ ଥିବା ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ବାହାର ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ଆସନ୍ତାକାଲି ମଧ୍ୟ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ ।
ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହୋଇ ଏପ୍ରିଲ ୧୧ ଯାଏଁ ଚାଲିବ । ପରେ ଏପ୍ରିଲ ୧୩ ଏବଂ ଏହା ପରେ ଏପ୍ରିଲ ୧୬ରୁ ଏପ୍ରିଲ ୧୮ ପର୍ୟ୍ୟନ୍ତ ଚାଲୁ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ। ଏହି ସମୟରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ । ଦ୍ବିତୀୟ ପର୍ୟ୍ୟାୟ ଗଣତିମଣତି ପୂର୍ବରୁ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ପୂର୍ଣ୍ଣ ସହଯୋଗ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

  • Related Posts

    ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା

    ଭୁବନେଶ୍ବର: ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା।୫ ମେ’ ୨୦୨୬ ରିଖ ଠାରୁ ୧୬ ମେ’ ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ…

    Continue reading
    ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି:ଆଇନ ମନ୍ତ୍ରୀ

    ଭୁବନେଶ୍ୱର: ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି। ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ଓ ମଣତି ପ୍ରକ୍ରିୟା। ପ୍ରଥମ ପର୍ୟ୍ୟାୟରେ ଏହା ୪ ଦିନ ଧରି ଚାଲିବାକୁ ଥିବା ବେଳେ, ୧୩ ତାରିଖରୁ ଆଉ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ