ଓଡିଆ ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ରାଜ୍ୟ ସରକାର:ବିଜେଡି

ଭୁବନେଶ୍ୱର : ବିଜେପି ସରକାରରେ ଦୁର୍ନୀତି ମାଡିଗଲାଣି। ଓଡିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଓଡିଆ ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। କିଛି ଦିନ ପୂର୍ବେ ହୋଇଥିବା ଆଗ୍ନିକ ଏବଂ ପୁଲିସ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଛି। ଏଥିରୁ ଗୁଜରାଟ କମ୍ପାନୀ କୋଟି କୋଟି ଟଙ୍କା ଆଦାୟ କରିଛି। ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ। ଗତକାଲି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାହୁ କହିଛନ୍ତି ଯେ କିଛି ଦିନ ପୂର୍ବେ ରାଜ୍ୟ ସରକାର ୯୪୧ ଆଗ୍ନିକ ଏବଂ ୪୯୫ ସବ୍‌-ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେଇଥିଲେ। ପୁଲିସ ରିକ୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ପରୀକ୍ଷା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା।କେନ୍ଦ୍ର ସରକାରଙ୍କର ଆଇଟିଆଇ ଲିମିଟେଡ୍‌ ଏହି ଟେଣ୍ଡର ପାଇଥିଲା; ହେଲେ ପରେ ଦେଖାଗଲା ଯେ ଗୁଜରାଟ ବରୋଦା ସ୍ଥିତ ରିଚ୍‌ ମାଇଣ୍ଡ କମ୍ପାନୀ ଏହି କାମ ନେଇଛି। କାହା ଚାପରେ ଗୁଜରାଟର କମ୍ପାନୀ ରିଚ୍‌ ମାଇଣ୍ଡକୁ ଏହି କାମ ହସ୍ତାନ୍ତର କରାଗଲା? ଏହି କମ୍ପାନୀ କୋଟି କୋଟି ଟଙ୍କା ଆଦାୟ କରିଛି। ବଡ଼ କଥା ହେଲା ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନାରେ ଅନେକ ଅନିୟମିତତା ରହିଛି। ବଜାରରେ ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହା ପଛରେ କୋଟି କୋଟି ଟଙ୍କାର ସ୍କାମ୍‌ ରହିଛି।
ବର୍ତ୍ତମାନ ଏହି ଅଭିଯୋଗ ନେଇ ପରୀକ୍ଷା ଜାଲିଆତିର ଶିକାର ହୋଇଥିବା ପ୍ରାର୍ଥୀମାନେ ଅଦାଲତ ଯିବାକୁ ବାହାରିଲେଣି। ସରକାର ପ୍ରକୃତରେ ଓଡିଶାର ପିଲାମାନଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି ନା ଗୁଜରାଟ କମ୍ପାନୀର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବା ଆବଶ୍ୟକ। ସରକାର ଏତେ ବଡ଼ ସମ୍ବେଦନଶୀଳ ମାମଲାରେ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏହାର ବିଧିବଦ୍ଧ ତଦନ୍ତ କରାନ୍ତୁ ଏବଂ ଯଦି ଦୁଇ କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତା ହେଲେ ସେମାନଙ୍କୁ କାଳାତାଲିକାଭୁକ୍ତ କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଥିଲେ। ଯଦି ଏଥିରେ ସରକାର ବିଫଳ ହୁଅନ୍ତୁି ତା ହେଲେ ରାଜ୍ୟବାସୀ ଉଚିତ ବିଚାର କରିବେ ବୋଲି ସେ କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ