ଓମବ୍ରିକ୍ କାର୍ୟ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ତଟରେଖା ଦେଇ ବ୍ୟାପିଥିବା ବଙ୍ଗୋପସାଗରର ନୀଳ ଜଳରାଶିରେ କ’ଣ ଲୁଚି ରହିଛି, ସେଥିରୁ ମାନବ ସଭ୍ୟତା ପାଇଁ କ’ଣ ଉପାଦେୟ ହୋଇପାରିବ ତା’ର ଅନୁସନ୍ଧାନ ଆରମ୍ଭ ହେବ। ଅଭିଜ୍ଞ ତଥା ଯୁବ ଗବେଷକ, ବୈଜ୍ଞାନିକ ନିଜ ଦକ୍ଷତା ପ୍ରତିପାଦନ ପାଇଁ ସୁଯୋଗ ପାଇବେ। ନୀଳ ଅର୍ଥନୀତିକୁ ବାସ୍ତବ ଚିତ୍ର ଦେବା ପାଇଁ ଉଦ୍ୟମ ହେବା ସହ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ ଡି) ନୂଆ ସମ୍ଭାବନାକୁ ଉଜାଗର କରିବ। ସମୁଦ୍ର ଗଭୀରତାରୁ ନବସୃଜନ ପାଇଁ ଦେଶର ଖ୍ୟାତନାମା ବିଶେଷଜ୍ଞ ଏକାଠି ହେବେ। ଏନେଇ ମଙ୍ଗଳବାର ଭାରତ ସରକାରଙ୍କ ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକୀ ସଂସ୍ଥାନ (ଏନ୍‌ଆଇଓଟି) ଏବଂ ରାଜ୍ୟରେ ଥିବା ୬ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ଏମଓୟୁ ସ୍ବାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର- ଓମବ୍ରିକ୍ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନସ୍ଥ ବାୟୋଟେକ୍ନୋଲୋଜି ନିର୍ଦେଶାଳୟ ଏହାର ନେତୃତ୍ବ ନେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ସମୁଦ୍ର ତଟରେ ଅନେକ ସମ୍ଭାବନା ଲୁଚି ରହିଛି। ଓଡ଼ିଶା ଏହି ସମ୍ଭାବନାର ଉଦ୍ଭାବକ ହେବ। ଏହା ଆମ ପାଇଁ ପ୍ରକୃତିର କେବଳ ଏକ ଆଶୀର୍ବାଦ ନୁହେଁ ବରଂ ପ୍ରକୃତି ଆଧାରିତ ସମାଧାନ ପନ୍ଥା ନିର୍ଦ୍ଧାରଣ ପାଇଁ ନିବେଶ କରିବାର ସୁଯୋଗ ଦେଇଛି। ଏଠାରୁ ସାରା ବିଶ୍ବ କଲ୍ୟାଣ ପାଇଁ ଅନେକ କିଛି ଉଦ୍ଭାବନ ନିମନ୍ତେ ଯୁବ ବୈଜ୍ଞାନିକମାନେ ପ୍ରୟାସ କରିବେ। ଆମର ଜୈବ ବିବିଧତାକୁ କ୍ଷତି ନ ପହଞ୍ଚାଇ ତା’ର ସୁରକ୍ଷା, ଦାୟିତ୍ବ ସହ ଉପଯୋଗ ଏବଂ ବୁଝିବା ପାଇଁ ଉଦ୍ୟମ କରାଯିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆମର ଭୌଗୋଳିକ ଅବସ୍ଥିତି, ଏଠାରେ ଥିବା ଗବେଷଣା ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ବଳରେ ସମୁଦ୍ର ଗଭୀରତା ଭିତରେ ଲୁକ୍କାୟିତ ମୂଲ୍ୟବାନ ଉପାଦାନ ସନ୍ଧାନ ପାଇଁ ଓମ୍‌ବ୍ରିକ୍ ଏକ ସର୍ବଶ୍ରେଷ୍ଠ ମଞ୍ଚ ହୋଇପାରିବ। ବାୟୋଟେକ୍ନୋଲୋଜିକୁ ନୂଆ ଦିଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ବ୍ୟକ୍ତ କରିଥିଲେ। ଓମବ୍ରିକ୍ସ ପାଇଁ ଏନ୍‌ଆଇଓଟି ସମେତ ଭୁବନେଶ୍ବରସ୍ଥିତ ଆଇଆଇଟି ଏବଂ ଆଇଏଲ୍‌ଏସ୍‌, ଆଇଜର ବ୍ରହ୍ମପୁର, ଏନ୍‌ଆଇଟି ରାଉରକେଲା, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ ସହିତ ବୁଝାମଣା ସ୍ବାକ୍ଷରିତ ହୋଇଛି। ସମୁଦ୍ର ଗର୍ଭରେ ବହୁ ଉପାଦେୟ ସାମଗ୍ରୀ ଓ ଉପାଦାନ ଭରି ରହିଥିବାବେଳେ ଏହା ଉପରେ ଉଚ୍ଚତର ଗବେଷଣା ହେବ। ଏସବୁ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ ତଥା ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ। ଏଥିରୁ ଯାହା ମିଳିବ ତାହା କେବଳ ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ ବରଂ ଜୀବଜଗତ ତଥା ପରିବେଶ ସୁରକ୍ଷା ଦିଗରେ ବେଶ୍‌ ଉପଯୋଗୀ ହେବ। ଏହି କାର୍ୟ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ନିର୍ଦେଶକମାନେ ଉପସ୍ଥିତ ଥିଲେ।

  • Related Posts

    ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ

    ଭୁବନେଶ୍ବର: ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ…

    Continue reading
    ୨୦୨୬ରେ ପଞ୍ଚାୟତ ପୁନର୍ଗଠନ

    ଭୁବନେଶ୍ୱର: ଆସନ୍ତା ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ବୁଧବାର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା