ଆକ୍ରମଣରେ ତାଙ୍କ ବେକରେ ଆଘାତ ଲାଗିବା ସହ ଚୁଡ଼ିଦାର ଚିରି ଯାଇଛି। ସାଂସଦ ସୁଧା କହିଛନ୍ତି ଯେ ହାଇସିକ୍ୟୁରିଟି ଅଞ୍ଚଳରେ ଛିନତାଇ ଘଟିଥିବାରୁ ସେ ସ୍ତବ୍ଧ ହୋଇ ଯାଇଛନ୍ତି। ଦୂତାବାସ ଓ ସୁରକ୍ଷିତ ଅନୁଷ୍ଠାନରେ ପରିପୂର୍ଣ୍ଣ ଚାଣକ୍ୟପୁରୀ ଭଳି ଉଚ୍ଚ ନିରାପତ୍ତା ଅଞ୍ଚଳରେ ସଂସଦର ସଦସ୍ୟ ଥିବା ଜଣେ ମହିଳାଙ୍କ ଉପରେ ହୋଇଥିବା ଏହି ଖୋଲା ଆକ୍ରମଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାଜଧାନୀର ଏହି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଯଦି ଜଣେ ମହିଳା ସୁରକ୍ଷିତ ଭାବେ ଚାଲିପାରିବେ ନାହିଁ, ତେବେ ଆମେ ଆଉ କେଉଁଠି ସୁରକ୍ଷିତ ଅନୁଭବ କରିପାରିବୁ? ଦୋଷୀକୁ ଶୀଘ୍ର ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ
ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…